ଭଦ୍ରକ ସହରରେ କିଛି ଦିନ ହେବ କ୍ରମାଗତ ଭାବେ ଚୋରି, ଡକାୟତି ଏବଂ ଛୀନତାଇ ବଢ଼ି ବଢ଼ି ଚାଲିଥିଲା । ଏଥିରେ ସମ୍ପୃକ୍ତ ଦୁର୍ବୁତ୍ତ ମାନଙ୍କୁ ପୋଲିସ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ସହରରେ ଲାଗିଥିବା ବିଭିନ୍ନ ଛକ ବଜାର ଏବଂ ଦୋକାନ ମାନଙ୍କରେ ଲାଗିଥିବା ସିସିଟିଭି କୁ ଭାଙ୍ଗି ଲୁଟି ନେଇଥିଲେ ଦୁର୍ବୁତ୍ତ ମାନେ । ସେହିପରି ଭଦ୍ରକ ସହରର ଆରଡ଼ି ଛକ, ସମରାଇପୁର, ବନ୍ତ ଛକ, ଅସ୍ଥଳ, ଏସପି ଅଫିସ ସମ୍ମୁଖ ଏବଂ ବାଇପାସ ଅଞ୍ଚଳର ବିଭିନ୍ନ ଲୋକଙ୍କ ଘର, ଦୋକାନ ରୁ ଲୁଟି ନେଇଥିଲେ ଏହି ଲୁଟେରା ମାନେ ଏ ସଂକ୍ରାନ୍ତରେ ଟାଉନ ପୋଲିସର ଏକ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଟାଉନଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଯାହା ସୂଚନା ରହିଛି ଯୁବକ ଦୁଇ ଜଣ ବିଭିନ୍ନ ଦୋକାନରେ ସକାଳେ ସିସିଟିଭି ଇନ୍ଷ୍ଟଲ କରୁଥିଲେ ଆଉ ରାତିରେ ଇଭି ସ୍କୁଟିରେ ଆସି ସୁଯୋଗ ଦେଖି ଚୋରି କରୁଥିଲେ।
ତେବେ ପୋଲିସ୍ ତାଙ୍କ ନିକଟରୁ ୩୫ ଟି ସିସିଟିଭି, ୨ ଟି ମୋବାଇଲ ଫୋନ ଏବଂ ଗୋଟାଏ ଓଲ୍ଲା ସ୍କୁଟର ଗାଡ଼ି କୁ ଜବତ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା ସୂଚନା ଦେଇଛନ୍ତି।