ଭୁବନେଶ୍ୱର: ଅଣଓଡ଼ିଆର ଗୁଣଗାନ କଲେ ପଦପଦବୀ ମିଳିବ । ଶାଗପଖାଳ ଖିଆ ସ୍ୱାଭିମାନୀ ଓଡ଼ିଆ ହେବି ପଛେ, ଅଣଓଡ଼ିଆର କ୍ରୀତଦାସ ହେବାକୁ ଉଚିତ ମନେ କଲି ନାହିଁ । ଏଭଳି ନିଜର କ୍ଷୋଭ ପ୍ରକାଶ କରି ବିଜୁ ଯୁବ ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ହରିଶଙ୍କର ରାଉତ ଗୁରୁବାର ଇସ୍ତଫା ଦେଇଛନ୍ତି । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ନେଇ ସୋସିଆଲ୍ ମିଡ଼ିଆରେ ସୂଚନା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି ।
ହରିଶଙ୍କର ରାଉତ ବିଜୁ ଯୁବ ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିଲେ । ଦଳ ତାଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା କିଛି ଦିନ ତଳେ କହିଥିଲେ । ଶେଷରେ ସେ ଇସ୍ତଫା ଦେଇଛନ୍ତି । ତିନି ପୃଷ୍ଠାର ଇସ୍ତଫା ପତ୍ର ଦଳ ଭିତରେ ଚାଲୁଥିବା ଅଣଓଡ଼ିଆ ରାଜୁତିର ଗୁମର ଖୋଲିଛନ୍ତି । ସେ ଲେଖିଛନ୍ତି, “ଦୀର୍ଘ କୋଡ଼ିଏ ବର୍ଷ ଦଳକୁ ସମର୍ପିତ କରିଥିଲି, ଦଳପ୍ରତି କେବେବି ବିଶ୍ୱାସଘାତକ କାମ କରିନାହିଁ । କିନ୍ତୁ ମୋତେ ଛାତ୍ର ସଭାପତି କରିବା ପାଇଁ ଆପଣଙ୍କର ଦଳର ଛାମୁଆ ସଙ୍ଗଠନ ବୁଝୁଥିବା ନେତାମାନେ ତିନି ଥର ପ୍ରତିଶ୍ରୁତି ଦେଇ ମୋ ସହ ଧୋକା କରିଥିଲେ । ଜଣେ ସ୍ୱାଭିମାନୀ ଓଡ଼ିଆ ହିସାବରେ ସ୍ୱାଭିମାନକୁ ବଳିଦେଇ ଆପଣଙ୍କର ଅଗତାନ୍ତ୍ରିକ ନିଷ୍ପତ୍ତିକୁ ସହିପାରିବି ନାହିଁ”।
ହରିଶଙ୍କର ଆହୁରି ଲେଖିଛନ୍ତି, “ ଏବେ ଯେଉଁମାନେ ଉକ୍ତ ସନ୍ୟାସୀର ଗୁଣଗାନ କରୁଛନ୍ତି ତାଙ୍କୁ କୁଆଡ଼େ ପଦପଦବୀ ମିଳୁଛି । ଆଉ ଆମେ ଯେଉଁମାନେ ଆପଣଙ୍କର (ନବୀନ ପଟ୍ଟନାୟକ) ଗୁଣଗାନ କରୁଥିଲୁ । ଆଉ ବାସ୍ତବତା ଦେଖିଲା ପରେ ମୋହ ଭଙ୍ଗ ହୋଇଛି । ଲକ୍ଷ ଲକ୍ଷ ବିଜୁ ଜନତା ଦଳର କର୍ମୀ କଣ କରିବେ କଣ ନ କରିବେ ଭାବି ଭାବି ମୁଣ୍ଡରେ ହାତ ଦେଇ ବସିଛନ୍ତି ।” ତେଣୁ ବିବେକ ଦ୍ୱାରା ପଚିଚାଳିତ ହୋଇ ସେ ଦଳ ଛାଡ଼ୁଥିବା ହରିଶଙ୍କର କହିଛନ୍ତି ।
Also read: ପୁଣି ଜଣେ ବରିଷ୍ଠ ଛାଡ଼ି ପାରନ୍ତି ବିଜେଡ଼ି ! ଦୂରେଇ ଯିବାକୁ ସଙ୍କେତ ଦେଲେ ପ୍ରଫୁଲ୍ଲ ମଲ୍ଲିକ
ହରିଶଙ୍କର ଦୁଇ ଦିନ ତଳେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଯେବେଠାରୁ ବିଜେଡ଼ି ଯୁବ ଜନତା ସଭାପତି ଚିନ୍ମୟ ସାହୁ ହୋଇଛନ୍ତି, ସେବେଠାରୁ ଦଳରେ ତୁ ତୁ ମେଁ ମେଁ ଲାଗି ରହିଥିଲା । ୨୦୧୭, ୨୦୨୦ ଏବଂ ୨୦୨୫ରେ ସଭାପତି କରିବାକୁ ପ୍ରତିଶ୍ରୁତି ଦେଇ ସଭାପତି କଲେ ନାହିଁ ।
ଖାଲି ସେତିକି ନୁହେଁ ପାଇଁ ନିକଟରେ ପୂର୍ବତନ ସାଂସଦ ଏନ୍.ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଦଳ ଛାଡ଼ିଥିଲେ । ଜିଲ୍ଲା ସଭାପତି ଚୟନକୁ ନେଇ ସେ ଖୁବ ବର୍ଷିଥିଲେ ।