ଯାଜପୁର: ହ୍ୱାଟସ୍ଆପ୍, ମେଟା (ଫେସବୁକ୍), ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ୨୬ଟି ସାମାଜିକ ଗଣମାଧ୍ୟମ ଉପରେ କଟକଣା ଲଗାଇବା ପରେ ଜଳୁଛି ନେପାଳ । ନିଆଁ, ଧୂଆଁ ଓ ଚିତ୍କାରରେ ସମଗ୍ର ଅଞ୍ଚଳ କମ୍ପି ଉଠୁଛି । ଏପରି ସ୍ଥିତିରେ ନେପାଳରେ ଫସିଛନ୍ତି ଯାଜପୁରର ୨୩ ପର୍ଯ୍ୟଟକ । ନେପାଳର ପଶୁପତିନାଥ ଦର୍ଶନ କରିବା ପାଇଁ ଯାଇଥିବା ଯାଜପୁର ଅଞ୍ଚଳର ୨୩ ଜଣ ତୀର୍ଥଯାତ୍ରୀ ଫସିରହିଛନ୍ତି । ଦୁଇ ଦିନ ହେଲା ସେମାନେ କାଠମାଣ୍ଡୁର ଏକ ହୋଟେଲରେ ଅଟକିଛନ୍ତି । ସେମାନେ ଆଜି ଭାରତ ଆସୁଥିବା ସୂଚନା ମିଳିଛି ।
ସେମାନଙ୍କ ସହ ଚୁକ୍ତି କରିଥିବା ଟ୍ରାଭେଲ୍ସ ସଂସ୍ଥା ମଧ୍ୟ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ପଶୁପତିନାଥ ଦର୍ଶନ ସହ ଆଉ କିଛି ପଯ୍ୟଟନ ସ୍ଥଳୀ ବୁଲିବାକୁ ଯାଇଥିଲେ। ହେଲେ ଏପରି ସ୍ତିତି ସୃଷ୍ଟି ହେବା ପରେ ଟ୍ରାଭେଲ୍ ସଂସ୍ଥା ଫେରାର ହୋଇଯାଇଛି । ସମସ୍ତ ପର୍ଯ୍ୟଟକ ଯାଜପୁର ବ୍ଲକ ମାଲଆନନ୍ଦ ପୁର ପଂଚାୟତର ବୋଲି ସୂଚନା ମିଳିଛି ।
ନେପାଳର ସ୍ଥିତି ଦିନକୁ ଦିନ ଅଣାୟତ ହେଉଥିବା ଦେଖି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ଇସ୍ତଫା ଦେଇଥିଲେ । ବିକ୍ଷୋଭକାରୀ ନେପାଳର ସଂସଦ ଭବନ, ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଏବଂ ସୁପ୍ରିମକୋର୍ଟ ସବୁକିଛି ଜାଳି ପୋଡ଼ି ଛାରଖାର କରିଦେଇଥିଲେ ।