କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ସଡକ ଦୁର୍ଘଟଣା ଘଟିଛି । ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମହିଳା ଜଣକ ହେଲେ ଯମୁନାବାହାଲର ବୋଲି ଜଣାପଡିଛି ।
ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ସଦର ଥାନା କର୍ଲପଡା ପଞ୍ଚାୟତ ଅଧିନସ୍ଥ ମାନିଙ୍ଗପଦର ଗ୍ରାମର ଖୋଲାଣ୍ଡି ଛକ ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ହାଇୱା ଧକ୍କାରେ ମହିଳା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମହିଳା ଜଣକ ନିଜ ସମ୍ପର୍କୀୟ ଘରକୁ ଯାଇ ଫେରୁଥିଲାବେଳ ତାଙ୍କୁ ହାଇୱା ଧକ୍କା ଦେଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।