ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କୁ ଡୁଙ୍ଗରପୁର ମାମଲାରେ ବଡ଼ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ ବୁଧବାର ଆଜମ ଖାନଙ୍କ ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି ।
ରାମପୁର ଏମ୍ପି-ଏମ୍ଏଲ୍ଏ କୋର୍ଟ ବିଚାରପତି ସମୀର ଜୈନ ଜାମିନ ଆବେଦନ ଉପରେ ଶୁଣାଣି କରିଛନ୍ତି । କୋର୍ଟ ଆଜମ ଖାନଙ୍କ ସହିତ ଠିକାଦାର ବରକତ ଅଲ୍ଲୀଙ୍କ ଜାମିନ ଯାଚିକାରେ ମଧ୍ୟ ଶୁଣାଣି କରିଥିଲେ । କୋର୍ଟ ଆଜମଙ୍କ ଜାମିନ ମଞ୍ଜୁର କରିଛନ୍ତି । ତେବେ ତାଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ଅପରାଧିକ ମାମଲା ଥିବାରୁ ଜେଲ ବାହାରିବା ସମ୍ଭବ ହେବ ନାହିଁ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ୨୦୧୯ରେ ଡୁଙ୍ଗରପୁର ବସ୍ତିରେ ରହୁଥିବା ଲୋକଙ୍କୁ ଘର ଖାଲି କରିବା ନାମରେ ଲୁଟପାଟ, ଚୋରି, ମାରପିଟ ସମେତ ଅନ୍ୟ ଧାରାରେ ଗଞ୍ଜ ଥାନାରେ ଆଜମଙ୍କ ବିରୋଧରେ ୧୨ଟି ମକଦ୍ଦମା ଦାୟର ହୋଇଥିଲା । ମେ ୩୦, ୨୦୨୪ରେ ଏମ୍ପି-ଏମ୍ଏଲ୍ଏ କୋର୍ଟ ଆଜମ୍ଙ୍କୁ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ସହିତ କୋର୍ଟ ୧୪ ଲକ୍ଷ ଟଙ୍କା ଜରିମାନା ଲଗାଇଥିଲେ ।