ଜଗତସିଂହପୁର : ପୁଣି କୂଳ ଲଂଘିଲା ସମୁଦ୍ର । ଅଶାନ୍ତ ହୋଇ ଜନବସତି ଆଡକୁ ମାଡ଼ି ଆସିଲା ଆଉ ଚାଷ ଜମିରେ ମାଡ଼ିଗଲା ଲୁଣି ପାଣି । ହୁ ହୁ ଗର୍ଜନ କରି ମାଡ଼ି ଆସୁଛି ସମୁଦ୍ର ଆଉ ଏହାକୁ ଦେଖି ଲୋକେ ଭୟଭୀତ ହୋଇଗଲେଣି ।
ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ରାମତରା ନିକଟରେ କୁଳ ଲଙ୍ଗିଲା ସମୁଦ୍ର । କୂଳ ଲଂଘି ଗାଁ ଭିତରକୁ ପଶିଛି ସମୁଦ୍ର ପାଣି । ଯାହା ଫଳରେ ଭୟଭୀତ ଅଛନ୍ତି ଲୋକେ । ଲଗାତାର ସମୁଦ୍ର କୂଳ ଲଘିଂ ଗାଁ ଭିତରେ ପଶିବାର ଲାଗିଛି ସମୁଦ୍ର ପାଣି । ଯେଉଁଥି ପାଇଁ ଏହି ସମୁଦ୍ର ନିକଟରେ ଥିବା ଅନେକ ଗାଁ ଏଵେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।
ଗତ କିଛି ଦିନ ଭିତରେ ସମୁଦ୍ର ଗର୍ଭରେ ଶିଆଳି ଭିୟୁ ଟାୱାର ଲୀନ ହୋଇ ଯାଇଥିବା ବେଳେ ଏଵେ ଗାଁ ଭିତରେ ପାଣି ପଶିବା ଏକ ପ୍ରକାର ଲୋକଙ୍କ ଭିତରେ ଚିନ୍ତା ବଢ଼ାଇଛି l ପ୍ରତି ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ସମୁଦ୍ରରେ ଜୁଆର ଆସିଥାଏ । ତେଣୁ ଆଗକୁ ପରିସ୍ଥିତି ଭୟାନକ ହୋଇପାରେ ବୋଲି ଗ୍ରାମବାସୀ ଆକଳନ କରିଛନ୍ତି। ରାମତରା ନିକଟରେ ସମୁଦ୍ର କୂଳ ଲଙ୍ଘି ଗାଁ ଭିତରେ ପଶିଛି ପାଣି ଯାହା ଫଳରେ ରାମତରା, ପଦ୍ମପୁର, ଗଡ଼ ହରିଶପୁର ସରବନ୍ତ, କଳା ବେଦୀ ପରି ଅନେକ ଗାଁ ଏଵେ ସମୁଦ୍ର ଗର୍ଭ ରେ ଲୀନ ହେବାକୁ ବସିଲାଣି।
ତେବେ ସମୁଦ୍ର ଗର୍ଜନ ଭୟରେ ରାତିରେ ଅଞ୍ଚଳବାସୀ ଶୋଇପାରୁନଥିବା ବେଳେ କେହି କେହି ଉଚ୍ଚସ୍ଥାନକୁ ସ୍ଥାନାନ୍ତର ହେବାକୁ ଲାଗିଲେଣି ।