କେନ୍ଦୁଝର: ପୁଣି ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ମୁଖ୍ୟାଳୟରେ ଥିବା ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲର ଜଣେ କିରାଣୀ । କିରାଣୀ ଜଣକ ରୂପଚାନ୍ଦ ନାଏକ ।
ସୂଚନା ଅନୁସାରେ, ଗତ ୩୧ ଜୁଲାଇ ୨୦୨୫ରେ ଅବସର ନେଇଥିବା ଜଣେ ପିଅନଙ୍କ ପେନସନ୍ କରାଇ ଦେବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ପିଅନ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପୂର୍ବରୁ ପ୍ରସ୍ତୁତ ହୋଇରହିଥିଲା । ପିଅନ ଜଣକ କିରାଣୀଙ୍କୁ ଲାଞ୍ଚ ଦେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । କିରାଣୀଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବରେ ଭିଜିଲାନ୍ସ ପକ୍ଷରୁ ଯାଞ୍ଚ କରାଯାଉଛି । ଖବର ଲେଖା ହେଲାବେଳକୁ କେତେ ଟଙ୍କା ଜବତ ହୋଇଛି, ତାହାର ସୂଚନା ମିଳିନାହିଁ ।