ଆଠଗଡ଼: ଲୋକଙ୍କ ସ୍ବାସ୍ଥ୍ଯ ସହ ଦଲାଲଙ୍କ ଖେଳ। କ୍ଷୀରରେ ମିଶାଉଥିଲେ ଭେଜାଲ୍। କଟକ ଜିଲ୍ଲା ଗୁରୁଡ଼ି ଝାଟିଆ ଥାନା କୁଷ୍ପଙ୍ଗୀ ନିକଟରେ କ୍ଷୀର ଅପମିଶ୍ରଣ ବେଳେ ପୋଲିସର ରେଡ୍ । କ୍ଷୀର ଟ୍ୟାଙ୍କର ଡ୍ରାଇଭର ସମେତ ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର୍ ଅଛନ୍ତି। ଘଟଣାସ୍ଥଳରୁ କ୍ଷୀର ଅପମିଶ୍ରଣରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ। ସମ୍ବଲପୁରରୁ କଟକର ଏକ କମ୍ପାନୀକୁ ଯାଉଥିବା ବେଳେ ଗାଡିଟି ଧରାପଡ଼ିଛି। ଦଲାଲ ମାନେ ଲୁଣ, ପାଉଡର୍ ଓ କେମିକାଲକୁ କ୍ଷୀରରେ ଅପମିଶ୍ରିତ କରୁଥିବା ସୂଚନା ରହିଛି ।
ସୂଚନା ଥାଉକି ପୂର୍ବରୁ ମଧ୍ଯ ଅନେକ ସମୟରେ ଘିଅ, ଖାଇବା ତେଲ, ମସଲାଗୁଣ୍ଡ, ହଳଦୀ ଗୁଣ୍ଡ ତ ପୁଣି କେବେ ଅନେକ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଖବର ସାମ୍ନାକୁ ଆସିଛି । ଆଉ ଏହାକୁ କିଣି ଖାଉଛନ୍ତି ଲୋକେ । ଫଳରେ ବିଭିନ୍ନ ରୋଗରେ ପୀଡିତ ହେଉଛନ୍ତି । ସେହିପରି ପୁଣି ଏକ ନକଲି ସାମଗ୍ରୀ ସାମ୍ନାକୁ ଆସିଛି ତାହା ପୁଣି କ୍ଷୀର ।
ଯେଉଁଠି କ୍ଷୀରକୁ ଅତି ପୃଷ୍ଟିକର ଓ ସ୍ବାସ୍ଥ୍ୟକର ବୋଲି ମନେକରାଯାଏ ସେଥିରେ ବି ମିଶାଯାଉଛି ବିଷ । ଖାଦ୍ୟ ଦଲାଲମାନେ କ୍ଷୀର ପରି ଅମୃତ ଜିନିଷକୁ ବି ଛାଡିନାହାନ୍ତି । ତେବେ ପୋଲିସ ଏହି ଘଟଣାକୁ ନେଇ ଅଧିକ ଛାନଭିନ ଜାରି ରଖିଛି।