ଭୁବନେଶ୍ୱର ମହାନଗର ନିଗମର ସାଧାରଣ ପରିଷଦ ବୈଠକ ବେଳେ ହଟ୍ଟଗୋଳ । ବିଭିନ୍ନ ୱାର୍ଡ ସମସ୍ୟାକୁ ନେଇ ଚାଲିଥିବା ବୈଠକରେ ହଟ୍ଟଗୋଳ ଦେଖିବାକୁ ମିଳିଛି। ଯାହାକୁ ନେଇ ବୈଠକ ବର୍ଜନ କରି ଧାରଣାରେ ଦେଇଛନ୍ତି ୩୭ ନମ୍ବର ୱାର୍ଡ କର୍ପୋରେଟର ବନ୍ଦିତା ପାଲ। ଗତ ୩ ବର୍ଷ ହେବ କୌଣସି କାମ ହେଉ ନଥିବା ଅଭିଯୋଗରେ ଧାରଣାରେ ବସିଛନ୍ତି।
କର୍ପୋରେଟରଙ୍କ ଅଭିଯୋଗ ମୁତାବକ, ଗତ ତିନି ବର୍ଷ ହେଲା ବୈଠକ ବସୁଛି, ବିଭିନ୍ନ ଏଜେନ୍ସି ଓ କଳି ଝଗଡ଼ାରେ ବୈଠକ ଶେଷ ହେଉଛି। ହେଲେ ୱାର୍ଡର ଉନ୍ନତି କି ଲୋକଙ୍କ ସମସ୍ୟାର ସମାଧାନ ବାବଦରେ କିଛି ନିଷ୍ପତ୍ତି ନିଆଯାଉନି। କର୍ପୋରେଟରମାନଙ୍କୁ କେବଳ ଚିଠି କରିବାକୁ କହି ସବୁ ବିଭାଗ ତାଙ୍କ କାମ ସାରି ଦେଉଛନ୍ତି। ଆଉ ଚିଠି ବାବଦରେ ପ୍ରଶ୍ନ କଲେ କିଛି ଉତ୍ତର ମିଳୁନି। ଉନ୍ନତି କଥା କହିଲେ ଟଙ୍କା ନାହିଁ ସରକାର ଦେଲେ ଖର୍ଚ୍ଚ କରାଯିବ ବୋଲି ବିଏମସି କହୁଥିବା ସେ ଅଭିଯୋଗ କରିଛନ୍ତି।