ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରକୁ ବୁଲା ଗୋରୁଙ୍କ ଠାରୁ ମୁକ୍ତ କରାଯିବ । ଏଥିପାଇଁ ଆଦର୍ଶ ଗୋଶାଳା ନିର୍ମାଣ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
ଭୁବନେଶ୍ୱରରେ ୪୦ କୋଟି ଟଙ୍କା ବ୍ୟୟରେ ଆଦର୍ଶ ଗୋଶାଳା ନିର୍ମାଣ କରାଯିବ । ରାଜଧାନୀ ସମସ୍ତ ବୁଲା ଗୋରୁଙ୍କୁ ସେଠାରେ ରଖାଯିବ । ଏଥିପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଗୋଶାଳା ପାଇଁ ଜମି ଚିହ୍ନଟ ସରିଛି । ସହରାଞ୍ଚଳ ରାଜରାସ୍ତାରୁ ଗୋରୁଙ୍କୁ ହଟାଇବା ପାଇଁ ୫ଟି ସ୍ଥାନରେ ଗୋଶାଳା ହେବ । ଖୁବଶୀଘ୍ର ଗୋଶାଳାର ଶିଳାନ୍ୟାସ କରାଯିବ । ସେହିପରି ଗୋଶାଳାରୁ ନିର୍ଗତ ଗୋରୁଙ୍କ ଗୋବର ଏବଂ ମୂତ୍ରରୁ ବିଭିନ୍ନ ମେଡ଼ିସିନ୍ ସହିତ ପ୍ରଡକ୍ଟ ବାହାର କରାଯିବ ।