ଭୁବନେଶ୍ୱର: ବିଜେଡ଼ିର ଦଳୀୟ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ବିଜେଡ଼ିରେ ଲାଗି ରହିଥିବା ଏଭଳି ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ ।
ବିଜେଡ଼ିର ସ୍ଥିତିକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରୁ ଦୂରେଇ ଯିବା ନେଇ ସଙ୍କେତ ଦେଇଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି ଦଳର ସଦସ୍ୟ ରହିଛି, କିନ୍ତୁ ଦଳ ଯଦି ଏମିତି ଢଙ୍ଗରେ ଚାଲେ ଦୂରେଇ ଯିବି । ବିଜେଡି ଏବେ ଠିକ୍ ଭାବେ କାର୍ଯ୍ୟକ୍ରମ କରୁନାହିଁ । ଦଳର ଦାୟିତ୍ୱରେ ଥିବା ନେତା ଠିକ୍ରେ କାମ କରୁନାହାନ୍ତି । ଯଦି ଏଭଳି ଲାଗି ରୁହେ ସେ ଦୂରେଇ ଯାଇ ସମାଜ ସେବାରେ ମନୋନିବେଶ କରବେ ପ୍ରଫୁଲ୍ଲ ।
ବିଜେଡ଼ି ଆଉରେ ପୂର୍ବ ବିଚାରଧାରା ନ ଥିବା ପ୍ରଫୁଲ୍ଲ କହିଛନ୍ତି । କେବଳ ସଦସ୍ୟଭାବେ ରହିଛନ୍ତି, କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମକୁ ଯାଉନି । ବିଜେଡ଼ି ଯେଉଁ ବିଚାରଧାରାକୁ ନେଇ ଗଠନ ହୋଇଥିଲା , ସେହି ବିଚାରଧାରା ନାହିଁ । କାହା ଉପରେ କୌଣସି ଅଭିମାନ ନାହିଁ । ଯଦି ଠିକ୍ ଭାବରେ ଦଳ କାମ କରିବେ ତାହାହେଲେ ସିଏ ରହିବେ । ବିଜେଡି ସଠିକ୍ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନି । ଦଳକୁ ସଙ୍ଗଠିତ କରିବାକୁ ଆମେ କିଛି ପରାମର୍ଶ ଦେଇଥିଲୁ ତାହା ମଧ୍ୟ କାର୍ଯ୍ୟକାରୀ କରାଯାଉନଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।