ଭୁବନେଶ୍ୱର: ଆସନ୍ତା ଜାନୁୟାରୀରୁ କାର୍ଯ୍ୟକ୍ଷମ ହେବ କଳିଙ୍ଗ ଷ୍ଟୁଡ଼ିଓ। ଏହାକୁ କାଯ୍ୟକ୍ଷମ କରାଯିବ ନେଇ ଯୋଜନା ଚାଲିଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି କରାଯାଉଛି। ନିର୍ମାଣ କାମ ତୀବ୍ର ରହିଲେ ଠିକ୍ ସମୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି। କାର୍ଯ୍ୟକ୍ଷମ ହେଲା ପରେ ଏଣିକି ଏଠାରେ ଓଡ଼ିଆ ସିନେ ନିର୍ମାତା ମାନେ ସୁଟିଂ କରିପାରିବେ। ଏହା ଦ୍ବାରା ଓଡ଼ିଆ ସିନେ ନିର୍ମାତାମାନେ ବେଶ୍ ଉପକୃତ ହୋଇପାରିବେ।
ଆଜି ୭ ଜଣିଆ ବିଧାୟକ ଦଳ କମିଟି କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରିଥିବା ବେଳେ ଭିତ୍ତିଭୂମିର ଯାଞ୍ଚ ସାଙ୍ଗକୁ ବିଭିନ୍ନ ଆଲୋଚନା କରିଥିଲେ। ପରିଦର୍ଶନ କରି କମିଟି ଚେୟାରମ୍ୟାନ ଦୁଷ୍ମନ୍ତ ସ୍ୱାଇଁ କହିଛନ୍ତି, ଖୁବ ଶୀଘ୍ର କଳିଙ୍ଗ ଷ୍ଟୁଡିଓ କାର୍ଯ୍ୟକ୍ଷମ ହେବ। ଏ ଦିଗରେ ସରକାର ସମସ୍ତ ଚେଷ୍ଟା କରୁଛନ୍ତି। ଆସନ୍ତା ଜାନୁଆରି ମାସ ସୁଦ୍ଧା କାମ ଶେଷ ହୋଇ ଏହା କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ରଖାଯାଇଛି।
ଓଡ଼ିଶାର ଫିଲ୍ମ ନିର୍ମାତାମାନେ ଚନ୍ନାଇ, ମୁମ୍ବାଇ ଓ ହାଇଦ୍ରାବାଦ ଯାଉଛନ୍ତି। ରାଜ୍ୟ ସରକାର ଏହି ସମସ୍ୟାକୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟୁଡିଓ ନିର୍ମାଣ କରୁଛନ୍ତି। ଏହା ଏକ ଭଲ ଷ୍ଟୁଡିଓ ହେବ। ଏପର୍ଯ୍ୟନ୍ତ ୪୦ ପ୍ରତିଶତ କାମ ଶେଷ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶା କରାଯାଉଛି।