ବାଲିଆପାଳ ବନ ବିଭାଗ ପକ୍ଷରୁ ଅଲିଭ୍ ରିଡ଼ଲେ କଇଁଛ ଶlବକକୁ ଚଉମୁଖ ସମୁଦ୍ରରେ ଛଡ଼ା ଯାଇଛି। ଚଳିତ ବର୍ଷ ୩୦ ରୁ ଅଧିକ କଇଁଛ ଚଉମୁଖ ସମୁଦ୍ର ବେଳାଭୂମିରେ ଅଣ୍ଡା ଦେଇଥିଲେ । ବନ ବିଭାଗ ୯୪ ଟି କଇଁଛ ଅଣ୍ଡା ସଂଗ୍ରହ କରି ରକ୍ଷଣା ବେକ୍ଷଣ କରିଥଲେ। ତେବେ ବନ ବିଭାଗ ଫରେଷ୍ଟର ହୃଷୀକେଶ ପ୍ରଧାନ, କର୍ମଚାରୀ ଦୁର୍ଜୟ କୁମାର କରଣ, ଉତ୍ତମ ଖଟୁଆ ପ୍ରମୁଖ ଅଣ୍ଡାରୁ ଫୁଟିଥିବା ୯୪ ଟି କଇଁଛ ଛୁଆଙ୍କୁ ଚଉମୁଖ ସମୁଦ୍ରରେ ଛାଡିଛନ୍ତି। ଚଉମୁଖ ସମୁଦ୍ର ବେଳାଭୂମିରେ କଇଁଛଙ୍କ ଅଣ୍ଡା ଦେବା ପ୍ରକୃତିପ୍ରେମୀଙ୍କୁ ଖୁସି କରିଛି। ଆଗାମୀ ଦିନରେ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏହି ବେଳା ଭୂମିକୁ ସୁରକ୍ଷିତ ରଖିବା ପାଇଁ ସରକାର ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଆଲୋଚନା ହେଉଛି।
ଅଧିକ ପଢନ୍ତୁ : ପୋଖରୀରେ ବୁଡି ୨ ନାବାଳିକା ମୃତ