ଭୁବନେଶ୍ୱର: ରାଜ୍ୟରେ ଦୁର୍ନୀତିଖୋର ଅଫିସରଙ୍କ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି । ଗତ ୫ ବର୍ଷ ମଧ୍ୟରେ ଦୁର୍ନୀତି ଏବଂ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୧୫୯ ଜଣ ବାବୁ ବିଦା ହେଲେଣି । ଏନେଇ ସୋମବାର ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୧୫୯ ଜଣ ଅଫିସର ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୩୯ ଜଣଙ୍କୁ ବାଧ୍ୟତା ମୂଳକ ଅବସର ଦିଆଯାଇଛି । ବିଭିନ୍ନ ଦୁର୍ନୀତିଖୋର ସରକାରୀ ବାବୁଙ୍କ ଘରେ ରେଡ୍ ହୋଇ ମୋଟ ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା ଜବତ ହୋଇଛି । ଏଥିସହିତ ୫ ବର୍ଷ ମଧ୍ୟରେ ମୋଟ ୧୦୫୩ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବା ବେଳେ ଏଥିରେ ୯୩୯ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।