ଗଞ୍ଜାମ: ଗଞ୍ଜାମ ଜିଲ୍ଳା ଦିଗପହଣ୍ଡି କଇଠଖଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରଧାନ ଶିକ୍ଷକଙ୍କ ଉପରେ ଚଢ଼ିଗଲା ଘରୋଇ ବସ୍ । ଫଳରେ ପ୍ରଧାନ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି। ପ୍ରଧାନ ଶିକ୍ଷକ ଜଣଙ୍କ କୁରେଶୁ ପାତ୍ର। ସେ ମଧୁବନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।
ସୂଚନା ଅନୁସାରେ, ଆଜି ସକାଳେ ପ୍ରଧାନ ଶିକ୍ଷକ ବାଇକରେ ସ୍କୁଲ ଯାଉଥିବା ସମୟରେ ଏକ ଘରୋଇ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ପ୍ରଧାନ ଶିକ୍ଷକ ଗାଡ଼ିରୁ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ ଖବର ପାଇ, ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ବାଇକକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି ।