ଭୁବନେଶ୍ୱର: ଆଜିଠୁ ରାଜ୍ୟବାସୀଙ୍କୁ ତାତିରୁ ଆଶ୍ବସ୍ତି ମିଳିବ । ରାଜ୍ୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାତିରୁ ନିସ୍ତାର ମିଳିବ । ବିଜୁଳ, ଘଡ଼ଘଡ଼ି ଓ ବର୍ଷା ପାଇଁ ରାଜ୍ୟର କିଛି ଜିଲ୍ଲାକୁ ମଧ୍ୟ ସତର୍କ ସୂଚନା ଦିଆଯାଇଛି । କାଳବୈଶାଖୀର ବର୍ଷା ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବ ଫଳରେ ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତି ଆଣିବ । ଏହାର ପ୍ରଭାବରେ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ଆସିବ ।
ମାର୍ଚ୍ଚ ପହିଲାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲେଣି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାବାସୀ ତାତିର ଦାଉରେ ହନ୍ତସନ୍ତ ହୋଇପଡିଲେଣି । ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ରେକର୍ଡ ହୋଇଛି ।