ନୂଆଦିଲ୍ଲୀ: ଚଳିତ ବର୍ଷର ଗେଟ୍ (GATE Exam) ପରୀକ୍ଷା ଫଳାଫଳ ଆଜି ଘୋଷଣା ହୋଇପାରେ । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରୁର୍କି (IIT Roorkee)ର ଅଫିସିଆଲ୍ ୱେବ୍ ସାଇଟ୍ gate.iitr.ac.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ୱେବ୍ ସାଇଟ୍ ରେ ନିଜର ଆବଶ୍ୟକୀୟ ତଥ୍ୟ ଦେଇ ଫଳ ଦେଖିପାରିବେ । ଏହା ସହିତ ଆଜି ମଧ୍ୟରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପରୀକ୍ଷାର୍ଥୀଙ୍କ ନାମ ଘୋଷଣା କରାଯିବ । ତେବେ କେତେବେଳେ ଫଳାଫଳ ଆସିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।
ଚଳିତ ବର୍ଷ ଫେବୃଆରୀ ୧, ୨, ୧୫ ଏବଂ ୧୬ ତାରିଖରେ ଗେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୨୭ ମାର୍ଚ୍ଚରେ ଏହାର ଉତ୍ତର ପତ୍ର ଅନଲାଇନରେ ଉପଲବ୍ଧ ହୋଇଥିଲା । ପରୀକ୍ଷାର୍ଥୀଙ୍କୁ ନିଜର ଉତ୍ତର ମେଳ କରାଇ ଆବଶ୍ୟକୀୟ ଯାଞ୍ଚ ପାଇଁ ମାର୍ଚ୍ଚ ୧ ସୁଦ୍ଧା ନିଜର ଅଭିଯୋଗ ଦାଖଲ କରିବାକୁ ସମୟ ଦିଆଯାଇଥିଲା । ଅଭିଯୋଗ ପରେ ଆବଶ୍ୟକୀୟ ସଂଶୋଧନ କରାଯାଇ ଫଳାଫଳ ପ୍ରକାଶ କରାଯିବ ।
କେମିତି ଦେଖିବେ ଫଳାଫଳ
- GATE ରେଜଲ୍ଟ ୨୦୨୫ ପ୍ରକାଶିତ ହେବା ମାତ୍ରେ, ଆପଣଙ୍କୁ ପ୍ରଥମେ ସରକାରୀ ୱେବସାଇଟ୍ gate.iitr.ac.in ଖୋଲିବାକୁ ପଡ଼ିବ।
- ୱେବସାଇଟର ହୋମ ପେଜରେ, ଆପଣଙ୍କୁ ଫଳାଫଳ ସହିତ ଜଡିତ ଲିଙ୍କ ଉପରେ କ୍ଲିକ୍ କରିବେ ।
- ଏହା ପରେ ଆପଣଙ୍କୁ ଆବଶ୍ୟକୀୟ ତଥ୍ୟ (ଲଗ୍ ଇନ୍ କ୍ରେଡେନସିଆଲ୍ସ) ଦାଖଲ କରିବେ ।
- ଏବେ ଆପଣଙ୍କର ସ୍କୋରକାର୍ଡ ସ୍କ୍ରିନରେ ଖୋଲିବ ଯେଉଁଠାରୁ ଆପଣ ଏହାକୁ ଯାଞ୍ଚ କରିପାରିବେ ଏବଂ ଡାଉନଲୋଡ୍ ମଧ୍ୟ କରିପାରିବେ ।