ନୂଆଦିଲ୍ଲୀ: କାଲି (ବୁଧବାର) ପୃଥିବୀରେ ପହଞ୍ଚିବେ ସୁନୀତା ୱିଲିୟମସ । ମହାକାଶରେ ଦୀର୍ଘ ୯ ମାସର ରହଣି ପରେ ଶେଷରେ ପୃଥିବୀ ମୁହାଁ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ତାଙ୍କ ସାଥି ବୁଚ ଓ୍ବିଲମୋର । ସେପଟେ ସୁନୀତା ଏତେ ଦିନ ମହାକାଶରେ ରହିବା ପରେ କିଭଳି ସେଠାକାର ଅନୁଭୂତି ତାହା ଜାଣିବାକୁ ସାରା ଦେଶ ଅପେକ୍ଷା କରି ରହିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସୁନୀତାଙ୍କ ପାଇଁ ଚିଠି ଲେଖିଛନ୍ତିି,ଯାହାକୁ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ମଙ୍ଗଳବାର ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ।
ଚିଠିରେ ମୋଦୀ ଲେଖିଛନ୍ତି, “ଆପଣ ଓ ଆପଣଙ୍କ କାମ ପାଇଁ ସାରା ଭାରତର ୧୪୦ କୋଟି ଲୋକେ ଗର୍ବିତ । ଆପଣ ଯଦିଓ ପୃଥିବୀରୁ ଏବେ ହଜାର ମାଇଲ ଦୂରରେ ଅଛନ୍ତି, ତଥାପି ସର୍ବଦା ଆମମାନଙ୍କ ହୃଦୟର ନିକଟରେ ରହିଛନ୍ତି । ଭାରତର ଲୋକେ ଆପଣଙ୍କ ସୁରକ୍ଷିତ ଯାତ୍ରା , ଉତ୍ତମ ସ୍ୱାସ୍ଥ୍ୟ ଓ ମିଶନର ସଫଳତା କାମନା କରୁଛନ୍ତି । ଆପଣ ଫେରିବା ପରେ ଆମେ ଭାରତରେ ଆପଣଙ୍କ ସ୍ୱାଗତ କରିବାକୁ ଉତ୍ସାହର ସହ ଆପେକ୍ଷା କରିଛୁ”
ମହାକାଶରୁ ବାହାରିବାର ଦୀର୍ଘ ୧୭ ଘଣ୍ଟା ପରେ ସୁନୀତା ପୃଥିବୀରେ ପହଞ୍ଚିବେ । ମଙ୍ଗଳବାର ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ସଫଳ ହୋଇଛି ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନଡକିଂ ପ୍ରକ୍ରିୟା । ଏହାପରେ ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ସୁନୀତା ଏବଂ ତାଙ୍କ ସାଥି । ଇଣ୍ଟନେସନ୍ୟାଲ ସ୍ପେଶଷ୍ଟେସନ ଛାଡି ସୁନିତା ୱିଲିୟମ୍ସକୁ ନେଇ ଆସୁଥିବା ଡ୍ରାଗନ୍ ସ୍ପଶକ୍ରାଫ୍ଟ ବର୍ତ୍ତମାନ ଘଣ୍ଟା ପ୍ରତି ୨୭୦୦୦ କିଲୋମିଟର ବେଗରେ ପୃଥିବୀ ଆଡକୁ ଗତି କରୁଛି । ଯଦି ସବୁ କିଛି ବୈଜ୍ଞାନିକଙ୍କ ଯୋଜନା ଅନୁଯାୟୀ ଯାଏ, ତାହା ହେଲେ ବୁଧବାର ଭାରତୀୟ ସମୟ ଭୋର୍ ୩ଟା ୨୭ ପାଖାପାଖି ପୃଥିବୀରେ ପହଞ୍ଚିବେ ସୁନୀତା ।
ଅଧିକ ପଢନ୍ତୁ: ପୃଥିବୀ ଅଭିମୁଖେ ସୁନୀତା: ସହକର୍ମୀଙ୍କୁ କଲେ ଆଲିଙ୍ଗନ, ନାସାର ସିଧା ପ୍ରସାରଣ ଜାରି