ନୂଆଦିଲ୍ଲୀ: ଦିଲ୍ଲୀର ପିଡବ୍ଲ୍ୟୁଡି ଓ ଜଳ ସମ୍ବଳ ମନ୍ତ୍ରୀ ପ୍ରବେଶ ବର୍ମା ସୋମବାର ବିଧାୟକଙ୍କ ସହିତ ବୈଠକ କରିଛନ୍ତି । ଏଥିରେ ବିଭାଗ ସଂପର୍କିତ ବିକାଶମୂଳକ କାର୍ଯ୍ୟ ପାଇଁ ୧୦୦ ଦିନିଆ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଦିଲ୍ଲୀର ନୂଆ ବିଜେପି ସରକାରର ପ୍ରାଥମିକତାରେ ରାସ୍ତା ଓ ଡ୍ରେନ ମରାମତି, ସିୱେର ସଫେଇ, ଜଳ ନିଷ୍କାସନ, ବନ୍ୟା ଓ ଜଳ ଜମିବା ସମସ୍ୟା, ବେଆଇନ କବଜା ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପଡି ରହିଥିବା ବିକାଶମୂଳକ ପ୍ରକଳ୍ପ ଦ୍ରୁତ ଗତିରେ ସାରିବା ଆଦି ସାମିଲ ।
ଇର୍ମା କହିଛନ୍ତି, ଅନେକ ବର୍ଷ ଧରି ଦିଲ୍ଲୀରେ ଲୋକଙ୍କ ମୌଳିକ ସୁବିଧାର କୌଣସି କାମ ହୋଇ ନାହିଁ । ସ୍ଥିତି ଏବେ ଏତେ ଶୋଚନୀୟ ହୋଇ ପଡିଛି ଯେ, ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଅ।।ବଶ୍ୟକତା ରହିଛି । ସଡକ ମରାମତି, ସିୱେର ସଫେଇ ଓ ଡ୍ରେନ ସଫା କରିବା ପାଇଁ ଠୋସ ପଦକ୍ଷେପ ନିଆଯାଇଛି । ଆମର ପ୍ରାଥମିକ କାମ ଆଗାମୀ ୧୦୦ ଦିନରେ ଦିଲ୍ଲୀବାସୀ ପରିବର୍ତ୍ତନ ଦେଖିବେ । ଆମେ ଅଧିକରୁ ଅଧିକ ଅଞ୍ଚଳର ସମସ୍ୟାକୁ ଦୂର କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବୁ । ବିଜେପି ସରକାର କେବଳ ପ୍ରତିଶ୍ରୁତି ଦିଏ ନାହିଁ, ଆମେ ଲୋକଙ୍କ ସେବା କରିଥାଉ ।
ଦିଲ୍ଲୀ ସଚିବାଳୟରେ ଆୟୋଜିତ ବୈଠକରେ ଶକୁର ବସ୍ତି, ତ୍ରିଲୋକାପୁରୀ, ପଟପଡଗଞ୍ଜ, ଲକ୍ଷ୍ମୀନଗର, ମୁଣ୍ଡକା ନାଙ୍ଗଲୋଇ ଜାଟ, ମୋତି ନଗର, ମାଦୀପୁର, ମଙ୍ଗଲାପୁରୀ ଓ କିରାଡିର ବିଧାୟକ ଯୋଗ ଦେଇଥିଲେ । ବୈଠକରେ ପିଡବ୍ଲ୍ୟୁଡି, ଦିଲ୍ଲୀ ଜଳ ନିଗମ ବୋର୍ଡ ଓ ସଳଚେସନ, ବନ୍ୟା ନିୟନ୍ତ୍ରଣ ବିଭାଗର ଅଧିକାରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ ।