ନାସାର ମହାକାଶଚାରୀ ସୁନୀତା ୱିଲିୟମସ୍ ଏବେ ପୃଥିବୀକୁ ଫେରିବା ଖୁସିରେ ଆମେରିକାଠୁ ଆରମ୍ଭ କରି ଭାରତ ଯାଏଁ ଖୁସି ମନାଉଛନ୍ତି । ବିଶେଷ କଥା ହେଉଛି. ଯଦିଓ ସୁନୀତା ପୃଥିବୀଠୁ ଲକ୍ଷେ ଲକ୍ଷେ କିଲୋମିଟର ଦୂରରେ ରହିଥିଲେ, ତଥାପି ଭୂପୃଷ୍ଠରେ ହେଉଥିବା ମହାକୁମ୍ଭ ସହ ସେ ଯୋଡ଼ି ହୋଇଥିଲେ । ଏନେଇ ସୁନୀତାଙ୍କ ଭାଉଜ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ।
ମହାକାଶଠୁ ଥାଇ ପ୍ରୟାଗରାଜର ମହାକୁମ୍ଭ ସହ ଯୋଡ଼ି ହୋଇଥିଲେ ସୁନୀତା । ମହାକାଶରୁ ମହାକୁମ୍ଭର ଫଟୋ ପଠାଇଥିଲେ ସୁନୀତା । ଏନେଇ ସୁନୀତାଙ୍କ ଭାଉଜ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ବେଳେ କହିଛନ୍ତି । ତାଙ୍କ କହିବାନୁଯାୟୀ, ସେ ସୁନୀତାଙ୍କୁ ପଚାରିଥିଲେ ସେଠାରୁ କଣ ମହାକୁମ୍ଭ ଦେଖିପାରୁଛ, ଉତ୍ତରରେ ସୁନୀତା ମହାକାଶରୁ ତାଙ୍କୁ ଏକ ଫଟୋ ପଠାଇଥିବା ପରିବାର ଲୋକେ କହିଛନ୍ତି ।
ଅଧିକ ପଢନ୍ତୁ: ସୁନୀତା ୱିଲିୟମସ ପୃଥିବୀକୁ ଫେରିବା ଖୁସିରେ ପୈତୁକ ଗାଁରେ ବାଜା ବଜାଇ ନାଚିଲେ ଲୋକେ, ସୁନୀତାଙ୍କ ସ୍ୱାଗତକୁ ଅପେକ୍ଷା କରିଛି ସାରା ଦେଶ