ଦେଶରେ ଇଣ୍ଟରନେଟ୍ ସ୍ପିଡ଼ ବଢାଇବାକୁ ଏଲନ ମସ୍କଙ୍କ ସ୍ପେଶଏକ୍ସ କମ୍ପାନୀର ଷ୍ଟାରଲିଙ୍କ ଯୋଜନା କରୁଛି । ଏହା ଜିଓ ଠାରୁ ୮୦ରୁ ୯୦ ଗୁଣା ଅଧିକ ଇଣ୍ଟରନେଟ ସ୍ପୀଡ଼ ଦେବା ନେଇ ଦାବି କରୁଛି । ଷ୍ଟାରଲିଙ୍କ ବର୍ତ୍ତମାନ ଦେଶରେ ସାଟେଲାଇଟ ଇଣ୍ଟରନେଟ ସେବା ଯୋଗାଉଥିବା ରିଲାଏନ୍ସ ଜିଓ ଏବଂ SES ଭଳି କମ୍ପାନୀଗୁଡ଼ିକ ତୁଳନାରେ ବହୁତ ଦ୍ରୁତ ଇଣ୍ଟରନେଟ ସ୍ପିଡ ପ୍ରଦାନ କରିବାକୁ ଯାଉଛି। ରିଲାଏନ୍ସ ଜିଓ ଏବଂ SES ଭଳି କମ୍ପାନୀଗୁଡ଼ିକ ମଧ୍ୟ ସାଟେଲାଇଟ ଆଧାରିତ ଇଣ୍ଟରନେଟ ସେବା ଯୋଗାଇ ଦେଉଛନ୍ତି। କିନ୍ତୁ ସେମାନଙ୍କର ସେବାର ଗତି ଷ୍ଟାରଲିଙ୍କ ତୁଳନାରେ ବହୁତ କମ।
Jio-SESର ଇଣ୍ଟରନେଟ ସ୍ପିଡ ଟିକେ କମ ଅଛି। ସେମାନଙ୍କର ଗତି ଷ୍ଟାରଲିଙ୍କ ଅପେକ୍ଷା 80-90 ଗୁଣ କମ। Jio-SES ନେଟୱାର୍କରେ ଡାଟା ଟ୍ରାନ୍ସଫର ସ୍ପିଡ 10-15 Mbps ପର୍ଯ୍ୟନ୍ତ ଥିବାବେଳେ, ଷ୍ଟାରଲିଙ୍କ 200-300 Mbps ପର୍ଯ୍ୟନ୍ତ ସ୍ପିଡ ପ୍ରଦାନ କରିବାକୁ ଦାବି କରୁଛି। ଭାରତରେ ଇଣ୍ଟରନେଟ ସେବା ଉନ୍ନତ କରିବା ଅତ୍ୟନ୍ତ ଜରୁରୀ। ଏବେ ବି ଅନେକ ଅଞ୍ଚଳରେ ଇଣ୍ଟରନେଟ ସେବା ଅପହଞ୍ଚ ହୋଇ ରହିଛି। ଷ୍ଟାର ଲିଙ୍କର ଇଣ୍ଟରନେଟ ସେବା ଏହି ଅଞ୍ଚଳମାନଙ୍କୁ ପ୍ରଭାବିତ କରିପାରେ। କାରଣ ସାଟେଲାଇଟ ଇଣ୍ଟରନେଟ ଟେକ୍ନୋଲୋଜୀ ପାରମ୍ପରିକ ବ୍ରଡ଼ ବ୍ୟାଣ୍ଡ ତୁଳନାରେ ସହଜରେ କାମ କରି ପାରିବ। ଏହା ବ୍ୟତୀତ, ଡିଜିଟାଲ ଯୁଗରେ ଷ୍ଟାର ଲିଙ୍କର ସ୍ପିଡ ଇଣ୍ଟରନେଟ, ଶିକ୍ଷା, ସ୍ବାସ୍ଥ୍ୟ ଓ ବାଣିଜ୍ୟ କ୍ଷେତ୍ରରେ ଅନେକ ଅନେକ ପରିବର୍ତ୍ତନ ଆଣିପାରେ ।