ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଦ୍ୱିତୀୟ କିସ୍ତି ପାଇବାରୁ ୧ଲକ୍ଷ ମହିଳା ବଞ୍ଚିତ ଅଛନ୍ତି । ରାସନକାର୍ଡ ଓ ଇନ୍କମରେ ତାଳମେଳ ଖିଲାପ ଯୋଗୁଁ ୧ ଲକ୍ଷ ମହିଳା ଅସୁବିଧା ଭୋଗୁଛନ୍ତି । ଯେଉଁମାନେ ପ୍ରଥମ କିସ୍ତି ପାଇଥିଲେ ,ଦ୍ଵିତୀୟ କିସ୍ତି ଆସିବା ବେଳେ ତାଙ୍କ ପାଖରେ ଥିବା ରାସନ କାର୍ଡକୁ ଆୟବର୍ଗ ଅଧିକ ଥିବାରୁ ଟଙ୍କା ମିଳିନାହିଁ। ଏମିତି କି ୫ ଏକର ଜମି ନ ଥାଇ ଧାନ ମଣ୍ଡିରେ ଅଧିକ ଧାନ ଦେଇଛନ୍ତି। ଏ ଯେଉଁ ଅସୁବିଧା ହିତାଧିକାରୀ ଚୟନ ପ୍ରକ୍ରିୟାକୁ ଚାଲେଞ୍ଜ କରିଛି । ସେ କାରଣରୁ ୧ ଲକ୍ଷ ମହିଳାଙ୍କ ରିଭ୍ୟୁ ଚାଲିଛି ।ମାର୍ଚ୍ଚ ୩୧ ପରେ ହେବ ୱାନ୍ ଟୁ ୱାନ୍ ସର୍ଭେ କରାଯିବ । ଯଦି ହିତାଧିକାରୀ ହୋଇଥିବେ ତେବେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ହିତାଧିକାରୀ ଦ୍ୱିତୀୟ କିସ୍ତି ପାଇବେ ବୋଲି ପ୍ରଭାତୀ ପରିଡା କହିଛନ୍ତି ।
ସୂଚନାଯୋଗ୍ୟ ମାର୍ଚ୍ଚ ୮ ତାରିଖରେ ହିତାଧିକାରୀଙ୍କ ଖାତାକୁ ଦ୍ୱିତୀୟ କିସ୍ତି ସୁଭଦ୍ରା ଟଙ୍କା ଆସିଛି । କିନ୍ତୁ କିଛି ମହିଳାଙ୍କ ଖାତାକୁ ସୁଭଦ୍ରା ଟଙ୍କା ଆସିଥିବା ବେଳେ ବର୍ତ୍ତମାନ ଯାଏ କିଛି ଜଣଙ୍କ ଖାତାକୁ ଏହି ଟଙ୍କା ପହଞ୍ଚିପାରି ନାହିଁ । ସୁଭଦ୍ରା ଟଙ୍କା କେବେ ଆସିବ କି ଆସିବ ନାହିଁ, ସେନେଇ ଏବେବି ଦ୍ୱନ୍ଦ୍ୱରେ ଅଛନ୍ତି କିଛି ହିତାଧିକାରୀ । ତେବେ ସବୁ ଠିକ୍ ଥିଲେ ସର୍ଭେ ପରେ ରାକ୍ଷୀ ପୂର୍ଣ୍ଣିମାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀ ଦ୍ଵିତୀୟ କିସ୍ତି ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।