ନବରଙ୍ଗପୁର: ଆଜି ସକାଳୁ ନବରଙ୍ଗପୁରରେ ଏକ ବସ୍ ଓଲଟିପଡିଛି । ଫଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ତାରା ଗାଁ ନିକଟରେ ବସ୍ ଓଲଟିପଡିଛି । ବସ୍ ଟି ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଉମରକୋଟରୁ ଯାଉଥିବା ସମୟରେ ଦୁର୍ଘଟଣା ଘଟିଛି । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ ଏକାଧିକ ଆହତ ହୋଇଛନ୍ତି । ଖବର ପାଇ,ନବରଙ୍ଗପୁର ଓ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ଆହତ ସମସ୍ତଙ୍କୁ ଉଦ୍ଧାର କରି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୋଲିସ ମୃତଦେହକୁ ଜବତ କରିଛି । ଖବର ଲେଖା ବେଳକୁ ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିଲା । । ତାରାଗାଁ ନିକଟରେ ବସରୁ ଏକ ଶଦ୍ଦ ହୋଇ ବସ ଓଲଟିଥିବା ଯାତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ।