କେନ୍ଦ୍ରାପଡ଼ା: ଜମିବାଡି ବିବାଦକୁ କେନ୍ଦ୍ରକରି ରକ୍ତପାତ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ କଣ୍ଡିଆହାଟ ଗାଁର ଜମିବାଡି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗୋଟିଏ ପରିବାର ଦୁଇ ଝିଅ ସହିତ ବାପାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ,ଅନେକ ଦିନ ହେବ ଚରପଡା ପଞ୍ଚାୟତ କଣ୍ଡିଆହାଟ ଗାଁର ନରେନ୍ ଦାସ ଓ ଆରତୀ ସେଠୀଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା। ମଙ୍ଗଳବାର ନରେନଙ୍କ ଝିଅ କୁକୁରକୁ ଗୋଡାଉଥିବା ସମୟ ଆରତୀଙ୍କ ପରିବାର ଲୋକେ ଦେଖାଇ ଦେଖାଇ କହିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଘଟଣାକୁ ନେଇ ସନ୍ଧ୍ୟା ସମୟରେ ନରେନ୍ ଦାସ(୬୨), ଝିଅ ଅବୟନ୍ତୀ ଦାସ(୩୪), ସୁଚିତ୍ରା ଦାସ(୩୦) ଘରେ ଥିବା ସମୟରେ ଆରତୀ ସେଠୀଙ୍କ ପରିବାର ପକ୍ଷରୁ ୩ ଜଣ ନରେନଙ୍କ ଘରକୁ ଅତର୍କିତ ଭାବେ ପଶି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ।
ଏନେଇ ନରେନଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଆକ୍ରମଣରେ ନରେନଙ୍କ ସମେତ ଦୁଇ ଝିଅ ଗୁରୁତର ହୋଇଥିଲେ । ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଅପରପକ୍ଷେ ରାଜକନିକା ଥାନାରେ ନରେନଙ୍କ ପରିବାର ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି କରିଥିବା ଥାନା ଅଧିକାରୀ ସଞ୍ଜୟ କୁମାର ମଲ୍ଲିକ ସୂଚନା ଦେଇଛନ୍ତି ।