ଭାରତୀୟ ବଂଶୋଦ୍ଭବ ସୁନୀତା ୱଲିୟମ୍ସ ୯ ମାସର ଦୀର୍ଘ ପ୍ରତୀକ୍ଷା ପରେ ଧରା ପୃଷ୍ଠରେ ଅବତରଣ କରିଛନ୍ତି । ସୁନୀତାଙ୍କ ସମେତ ତାଙ୍କର ୩ ସହଯୋଗୀ ସଫଳତାର ସହିତ ପୃଥିବୀରେ ପହଞ୍ଚି ସାରିଛନ୍ତି । ସ୍ପେସ ଏକ୍ସର ଡ୍ରାଗନ କାପସୁଲଯୋଗେ ଅବତରଣ ସମୟରେ ଦେଖିବାକୁ ମିଳିଥିଲା ଏକ ମନୋରମ ଦୃଶ୍ୟ । ଏହି କାପସୁଲ ଅବତରଣ କରିଥିବା ସ୍ଥାନ ନିକଟରେ କେତେକ ଡ଼ଲଫିନ ମାନେ ପଇଁତରା ମାରୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଥିଲା ।
ସୁନୀତାଙ୍କୁ ସ୍ୱାଗତ ଜଣାଇବାକୁ ସତେ ଯେପରି ସେମାନେ ଅନାଇ ବସିଥିଲେ । କାପସୁଲ ତଥା କାପସୁଲ ନିକଟସ୍ଥ ବୋଟ ଚତୁର୍ପାଶ୍ୱରେ ଡ଼ଲଫିନଙ୍କ ସନ୍ତରଣର ଦୃଶ୍ୟ ସତରେ ଏକ ଉପଭୋଗ୍ୟ ପରିବେଶ ସୃଷ୍ଟି କରିଥିଲା । ତେବେ ଆମେରିକାର ଫ୍ଲୋରିଡ଼ା ତଟରେ ବୁଧବାର ଭୋର ୩ଟା ୨୭ ମିନିଟ ସମୟରେ ସ୍ପେସ ଏକ୍ସର ଡ୍ରାଗନ କାପସୁଲଟି ଫ୍ଲୋରିଡ଼ାର ତାଲହାସି ନିକଟସ୍ଥ ଗଲ୍ଫ ଅଫ ମେକ୍ସିକୋରେ ଅବତରଣ କରିଥିଲା ।