ମହାକାଶରେ ୯ ମାସ ରହିବା ପରେ ବୁଧବାର ସ୍ପେଶ ଏକ୍ସର ଡ୍ରାଗନ କ୍ୟାପସୁଲ ସୁନୀତା ଓ ତାଙ୍କ ସହଯୋଗୀଙ୍କୁ ଧରି ପୃଥିବୀ ଫେରିଛି । ଆଇସିସିରୁ ୧୭ ଘଣ୍ଟା ଯାତ୍ରା ପରେ ଘରକୁ ଫେରିଛନ୍ତି ସୁନୀତା। ତେବେ ସୁନୀତାଙ୍କ ଏହି ପ୍ରତ୍ୟାବର୍ତ୍ତନ ପ୍ରକିୟା ବେଳେ ବିପଦ ଉପୁଜିଥିଲା । ଯାହାକୁ ନେଇ ନାସା ବୈଜ୍ଞାନିକମାନେ ଚିନ୍ତାରେ ପଡ଼ିଯାଇଥିଲା ।
ପ୍ରତ୍ୟାବର୍ତ୍ତନ ପ୍ରକିୟା ବେଳେ ୭ ମିନିଟ୍ ଯାଏ ମହାକାଶଯାନ ଡ୍ରାଗନ୍ କ୍ୟାପସୁଲ ସହ କୌଣସି ସମ୍ପର୍କ ହୋଇପାରି ନଥିଲା। କଳ୍ପନା ଚାୱାଲାଙ୍କ ସମୟରେ ଯାହା ହୋଇଥିଲା ସେମିତି କିଛି ସ୍ଥିତି ସୁନିତାଙ୍କ ସମୟରେ ମଧ୍ୟ ସୃଷ୍ଟି ହୋଇଥିଲା । ହେଲେ ଅନ୍ତରୀକ୍ଷ ଯୁଦ୍ଧରେ ଜିତି ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି ସାହସୀ ସୁନୀତା।
ଆଷ୍ଟ୍ରୋନଟଙ୍କୁ ନେଇ ଆସୁଥିବା ଏୟାରକ୍ରାଫ୍ଟ ଯେମିତି ବାୟୁମଣ୍ଡଳରେ ପ୍ରବେଶ କରିଥିଲା ତାପମାତ୍ରା ୧୬ ଶହ ଡିଗ୍ରୀ ସେଲସିୟସରୁ ଅଧିକ ଥିଲା। ସେହି ସମୟ ଥିଲା ଯେବେ ୭ ମିନିଟ୍ କମ୍ୟୁନିକେସନ ବ୍ଲାକଆଉଟ ହୋଇଥିଲା। ଅନ୍ତରୀକ୍ଷ ଏଜେନ୍ସିଂଙ୍କର ସ୍ପେସକ୍ରାଫ୍ଟ ସହ ୭ ମିନିଟ୍ ଧରି କୌଣସି ଯୋଗଯୋଗ ହୋଇପାରୁନଥିଲା । ତେବେ ୭ ମିନିଟ୍ ପରେ ୩ଟା ୨୦ ମିନିଟରେ ଯୋଗାଯୋଗ ହୋଇଥିଲା ।
ବ୍ଲାକଆଉଟ ସମୟରେ ଯଦି ତାପମାତ୍ରା ବହୁତ ଅଧିକ ହୁଏ ତେବେ ସ୍ପେସକ୍ରାଫ୍ଟ କ୍ରାଶ ହେବାର ସମ୍ଭାବନା ବଢିଯାଏ । ପୂର୍ବରୁ କଳ୍ପନା ଚାୱଲାଙ୍କ ସମୟରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ୨୦୦୩ ଫେବୃଆରୀ ୧ରେ ସ୍ପେସକ୍ରାଫ୍ଟ କଲୋମ୍ବିଆ ଏହି କାରଣରୁ ଦୁର୍ଘଟଣାର ଶିକାର ହୋଇଥିଲା। ଯେଉଁଥିରେ ଭାରତୀୟ ବଂଶୋଦ୍ଭବ କଳ୍ପନା ଚାୱାଲାଙ୍କର ମୃତ୍ୟୁ ହୋଇଥିଲା।