ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ଯା ମାମଲାକୁ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ୨ ଦିନ ହେବ ନବଙ୍କ ବାସ ଭବନରେ ପହଞ୍ଚି ଟିମ୍ ନବଙ୍କ ପରିବାରର ବୟାନ ରେକର୍ଡ କରିଛି। ତେବେ ଏହାରି ମଧ୍ଯରେ ଆଉ ଏକ ଚାଞ୍ଚଲ୍ୟକର କଥା ସାମନାକୁ ଆସିଛି।
ନବ ଦାସ ଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଇସିଜି ରିପୋର୍ଟ ଗାୟବ ହୋଇଥିବାନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ ଙ୍କ ଓକିଲ ନରେଶ ନାଏକ l ନବ ଦାସଙ୍କୁ ଗୁଳିକାଣ୍ଡ ଦିନ ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇଥିବାବେଳେ ଡକ୍ଟର ଡୋଳାମଣି ତାଣ୍ଡି ଚିକିତ୍ସା କରିଥିଲେ l ହେଲେ କ୍ରାଇମବ୍ରାଞ୍ଚ ସେ ସମୟରେ କେବଳ ଇଞ୍ଜ୍ୟୁରି ରିପୋର୍ଟ ଏବଂ ଆଉଟଡୋର ଟିକେଟ ଦାଖଲ କରାଯାଇଥିବାବେଳେ ଇସିଜି ରିପୋର୍ଟ ଦାଖଲ ହୋଇନଥିଲା l ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଇସିଜି ରିପୋର୍ଟ ଗାୟବ ହୋଇଥିବା ନେଇ ଚର୍ଚ୍ଚା ହେଉଥିବାବେଳେ ଅଭିଯୁକ୍ତ ଗୋପାଳ ଦାସ ଙ୍କ ଓକିଲ କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବ ଦାସଙ୍କୁ ଚିକିତ୍ସା କରିଥିବା ଡକ୍ଟର ଦୋଳାମଣି ତାଣ୍ଡି ଙ୍କ ଜେରା ସମୟରେ ମଧ୍ୟ ସେ ଏନେଇ କୌଣସି ସଠିକ ସୂଚନା ଦେଇପାରିନଥିଲେ ।
ଅନ୍ୟପଟରେ ଇସିଜି ରିପୋର୍ଟ ଗାଏବ ଅଭିଯୋଗ ନେଇ ତଦନ୍ତକାରୀ ସଂସ୍ଥାର ପ୍ରତିକ୍ରିୟା ମିଳି ନାହିଁ।