ଭୁବନେଶ୍ୱର: ମାର୍ଚ୍ଚ ପହଲାରୁ ତାତି କଲବଲ କଲାଣି । ଆସନ୍ତାକାଲିଠାରୁ ରାଜ୍ୟବାସୀଙ୍କୁ ମିଳିପାରେ ତାତିରୁ ଆଶ୍ବସ୍ତି । ଆସନ୍ତା ୧୯ତାରିଖରୁ ୨୨ ତାରିଖ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ଘଡଘଡି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ସୂଚନା ମିଳିଛି । ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି ।
ପ୍ରଚଣ୍ଡ ଅଗ୍ନିବର୍ଷାରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାବାସୀ ହନ୍ତସନ୍ତ ହେଉଛନ୍ତି। ଆଜି ବି ତାତିରୁ ନିସ୍ତାର ନାହିଁ । ପଶ୍ଚିମ ଓଡ଼ିଶାରେ ତାତି ଅସହ୍ୟ ଅନୁଭୂତ ହୋଇଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ତାତିରୁ ନିସ୍ତାର ମିଳିବ ।