ଭୁବନେଶ୍ୱର: ଖୁବ ଶୀଘ୍ର ରାଜ୍ୟ କଂଗ୍ରେସର ସଭାପତି ଚୟନ ହେବା ଦରକାର । ଗାଁ ଗହଳିରେ ବି ପଚାରିଲେଣି କଂଗ୍ରେସ ମୁଖିଆ କିଏ ? ତେଣୁ ସଭାପତି ତୁରନ୍ତ ନିଯୁକ୍ତ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।
ସେ କହିଛନ୍ତି, କଂଗ୍ରେସ ବଞ୍ଚାଓ । ଯେକୌଣସି ଲୋକ ହୁଅନ୍ତୁ ତାଙ୍କୁ ନାମ ତୁରନ୍ତ ଘୋଷଣା କରାଯାଉ । ଗ୍ରାମାଞ୍ଚଳରେ ପଚାରିଲେଣି ଆମର ମୁଖୁଆ କିଏ ? ଦିଲ୍ଲୀରେ ମୋର କେହି ପରିଚିତ ନାହାଁନ୍ତି ତେଣୁ ମୁଁ ଦିଲ୍ଲୀ ଯାଇ ଆଲୋଚନା କରି ପାରିବି ନାହିଁ । ଘୋଷଣା ଯେତେ ଡେରି ହେଉଛି କଂଗ୍ରେସର ସେତେ କ୍ଷତି ହେଉଛି । ସେ ଭକ୍ତ ଦାସ ହୁଅନ୍ତୁ କି ସପ୍ତଗିରି ଉଲାକା ହୁଅନ୍ତୁ ସେମାନେ ସଭାପତି ହେଲେ କିଛି ନାହିଁ ବୋଲି କହିଛନ୍ତି ବିଧାୟକ ଶ୍ରୀଯୁକ୍ତ ବାହିନୀପତି ।