ଘୋଷଣା ହୋଇଛି ପ୍ରଥମ ପର୍ଯ୍ୟାୟ ବିଜେପି ବିଧାୟକ ପ୍ରାର୍ଥୀ ତାଲିକା । ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଟଙ୍କଧର ତ୍ରିପାଠୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଟଙ୍କଧର ତାଙ୍କ ଶକ୍ତିପ୍ରଦର୍ଶନ ସହିତ ଲାଇକେରା ବ୍ଲକ ସାହାସପୁର ଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ମହିଳା ସମାବେଶ ସମ୍ମିଳନୀରେ ଯୋଗଦେଇଥିଲେ । ତାଙ୍କ ସାଥିରେ ରହିଥିଲେ ବରଗଡ଼ ଲୋକସଭା ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ । ବରଗଡ଼ ଲୋକସଭା ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତଙ୍କ ନାମ ଘୋଷଣା ପରେ ପ୍ରଥମ କରି ସେ ଝାରସୁଗୁଡା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ମଙ୍ଗଳବାର ରାଜ୍ୟରେ ବିଧାୟକ ପ୍ରାର୍ଥୀ ଘୋଷଣା ହେବାପରେ ଝାରସୁଗୁଡା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ବରିଷ୍ଠ ବିଜେପି ନେତା, ଦଳୀୟ କର୍ମୀ ଏବଂ ସାଧାରଣ ନାଗରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ବିଧାୟକ ପ୍ରାର୍ଥୀ ଟଙ୍କଧର ଏବଂ ପ୍ରଦୀପ ଝାଡେଶ୍ୱର ମନ୍ଦିରରେ ପୂଜା କରି ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି । ଝାରସୁଗୁଡା ଲାଇକେରା ସାହସପୁର ଠାରେ ଅନୁଷ୍ଠିତ ମହିଳା ସମାବେଶରେ ଉଭୟ ପ୍ରାର୍ଥୀ ଏକ ବିରାଟ ଶୋଭାଯାତ୍ରାରେ ଶହ ଶହ ମହିଳା ସମର୍ଥକଙ୍କ ସହ ମିଶି ବିଜେଡ଼ି ଗଡ଼ରେ ଶକ୍ତି ପ୍ରଦର୍ଶନ କରିବା ସହିତ ସାଧାରଣ ସଭାରେ ମହିଳା ମାନଙ୍କୁ ସମ୍ବୋଧନ କରିଥିଲେ । ଉକ୍ତ ସମ୍ମିଳନୀ ରେ ଟଙ୍କଧର କହିଥିଲେ ଆଗରୁ ଝାରସୁଗୁଡା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରତିନିଧି ରାଜ କରିଥିଲେ କିନ୍ତୁ ଆଉ ଆଗକୁ ନୁହେଁ । ଯେଉଁମାନେ କେବଳ ନିଜର ପରିବାର ଏବଂ ନିର୍ବାଚନୀ ବ୍ୟାପାର କରି ବ୍ୟକ୍ତିଗତ ସ୍ଵାର୍ଥ ହାସଲ କରିଛନ୍ତି ଲୋକେ ସେମାନଙ୍କୁ ଠିକ ଚିହ୍ନି ସାରିଛନ୍ତି । ଅହଂକାରର ପରିସମାପ୍ତି ଘଟିବ ଜନତାଙ୍କ ବିଜୟ ହେବ ଆଉ ଭାତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ ହେବ ।
ଅଧିକ ପଢ଼ନ୍ତୁ : ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ