ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କଲା ପୋଲିସ । ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ମାତ୍ରାଧିକ ଭାବରେ ବଢିଚାଲିଛି । ବେଆଇନ ଭାବେ ଗଞ୍ଜେଇ ଚାଷ କରିବା ସହ ଭିନ୍ନ ଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଛନ୍ତି ଗଞ୍ଜେଇ ବ୍ୟବସାୟୀ । ବିଶେଷ କରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ପରି ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ଚାଷ ହେଉ କି ଗଞ୍ଜେଇ ଚାଲାଣ କମିବାରେ ନା ଧରୁନି। ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମୟରେ ବିପୁଳ ତାଙ୍କର ଗଞ୍ଜେଇକୁ ଜବତ କରିଛି ପୋଲିସ ।
ସୂଚନା ଅନୁଯାୟୀ,କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲଦଡ଼ି ଗ୍ରାମ ଜଙ୍ଗଲରେ ଗଞ୍ଜେଇ ବ୍ୟବସାୟୀ ମାନେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା ବେଳେ କୌଣସି ମତେ ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ସେଠାରେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ମାଫିଆ ଗଞ୍ଜେଇ ଛାଡି ଫେରାର ମାରିଥିଲେ । ସେଠାରୁ ୧୧ କୁଇଣ୍ଟାଲ ୨୫ କେଜି ଗଞ୍ଜେଇ ଜବତ କରିଥିବା ଫିରିଙ୍ଗିଆ ପୁଲିସ ସୂଚନା ଦେଇଛି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।
ଅଧିକ ପଢନ୍ତୁ :ବାଇକ ଚୋରି ଘଟଣାରେ ୫ ଗିରଫ