କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ବାଇକ ଚୋରି ଘଟଣା ପୋଲିସର ନିଦ ହଜାଇଦେଇଥିଲା । ଗୋଟେ ପରେ ଗୋଟେ ବାଇକ ଚୋରି ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରି ଦେଇଥିଲା । ବହୁ ଦିନ ପରେ କେନ୍ଦୁଝର ଟାଉନ ଥାନା ପୋଲିସକୁ ମିଳିଛି ସଫଳତା । ବହୁ ତଦନ୍ତ ପରେ ବାଇକ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, କେନ୍ଦୁଝର ଟାଉନ ଥାନା ଅଞ୍ଚଳରେ ବାରମ୍ବାର ବାଇକ ଚୋରି ଘଟଣା ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଏହି ସମ୍ପର୍କରେ ପୋଲିସକୁ କୌଣସି ସୂଚନା ମିଳିନଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଏକ ଭଡ଼ା ଘରେ ଚଢାଉ କରିଥିଲା । ଯେଉଁ ଘରୁ ପୋଲିସ ୪ଟି ଚୋରା ବାଇକ ଜବତ କରିଥିଲା । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ୪ ଜଣ ଅଭିଯୁକ୍ତ ଇଞ୍ଜିନିୟରିଂ ପାଠ ପଢୁଥିବାବେଳେ ଅନ୍ୟ ଜଣ ଯୁବକ । ନିଜ ସଉକ ପୂରଣ ପାଇଁ ଇଞ୍ଜିନିୟରିଂ ଛାତ୍ର ବାଇକ ଚୋରି କରୁଥିବା ସୂଚନା ଭୁକ୍ତ । ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢ଼ନ୍ତୁ : ରେଳ ଷ୍ଟେସନରୁ ୪୫ କିଗ୍ରା ଗଞ୍ଜେଇ ସହିତ ମହିଳା ଓ ଯୁବକ ଗିରଫ