କେନ୍ଦ୍ରାପଡା: ନଦୀକୁ ଡେଇଁ ଜଣେ ଯୁବତୀ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ । ଏପରି ଏକ ଘଟଣା କେନ୍ଦ୍ରାପଡା ଜିଲ୍ଲା କଳପଡା ସେତୁ ଲୁଣା ନଦୀରେ ଘଟିଛି । ସ୍ଥାନୀୟ ଲୋକମାନଙ୍କ ସହାୟତାରେ ଯୁବତୀଙ୍କୁ ନଦୀରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ମାର୍ଶାଘାଇ ବ୍ଲକ ଆଖୁଆ ଦକ୍ଷଣୀ ଗ୍ରାମପଞ୍ଚାୟତ ବଉଳାଙ୍ଗ ଗ୍ରାମର ଜଣେ ଯୁବତୀ କୌଣସି କାରଣରୁ ସଦରଥାନା ଅନ୍ତର୍ଗତ କଳପଡା ସେତୁ ଉପରୁ ନଦୀକୁ ଡେଇଁପଡିଥିଲେ। ଯୁବତୀଙ୍କୁ ନଦୀକୁ ଡେଇଁବାର କିଛି ଲୋକ ଦେଖିବା ପରେ ଯୁବତୀଙ୍କୁ ଉଦ୍ଧାର କରିବାପାଇଁ ଜଣେ ଭିନ୍ନକ୍ଷମ ଯୁବକ ତାଙ୍କ ପଛରେ ନଦୀକୁ ଡେଇଁ ପଡିଥିଲେ । କିନ୍ତୁ ତାଙ୍କୁ ଉଦ୍ଧାର କରି ପାରିନଥିଲେ । ନଦୀର ପ୍ରଖର ସ୍ରୋତରେ ଯୁବତୀ ଜଣକ ଦୀର୍ଘ ଚାରି କିଲୋମିଟର ଭାସିଯାଇଥିଲେ ତାଙ୍କୁ ବଞ୍ଚାଇବାକୁ ଯାଇ ତିନି ଜଣ ଯୁବକ ଚାରି କିଲୋମିଟର ପାଣିରେ ପହଁରି ତାଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ନଦୀକୁ ଡେଇଁବାର କାରଣ ଅସ୍ପଷ୍ଟ ରହିଛି ।