ବାଲେଶ୍ୱର: ମାଛ ଧରିବାକୁ ଯାଇ ୪ ଜଣ ନିଖୋଜ ଅଛନ୍ତି l ଏହିଭଳି ଗୋଟିଏ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସମ୍ମୁଖରୁ । ଗ୍ରାମର ଡଙ୍ଗା ମାଲିକ ମଧୁସୂଦନ ଗିରି ( ୩୫) ବାପା ଗୋପାଳ ଗିରି ( ୬୦) ମଧୁସୂଦନଙ୍କ ବଡ ଭାଇ ରବିନ୍ଦ୍ର ଗିରି (୩୮) ସମସ୍ତେ କଙ୍କଡାପାଳ ଗ୍ରାମର ଏବଂ ତାଙ୍କ ଶାରକ ଜଗନ୍ନାଥ ପାଳ (୨୩) ଚୌମୁଖ ଗ୍ରାମର । ସମସ୍ତେ ନିୟମିତ ସମୁଦ୍ରରୁ ମାଛଧରି ଶୀଘ୍ର ଫେରି ଆସନ୍ତି। ସେମାନେ ଗଭୀର ସମୁଦ୍ରକୁ ନ ଯାଇ କୂଳ ଠାରୁ ଅଳ୍ପ ଦୂରରେ ମାଛଧରି ୨ରୁ ୩ଘଣ୍ଟା ମଧ୍ୟରେ କୂଳକୁ ଫେରି ଆସନ୍ତି।
ମାତ୍ର ଆଜି ସକାଳ ୮ଟାରୁ ଚାରିଜଣ ଯନ୍ତ୍ର ଚାଳିତ ଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଫେରି ନଥିଲେ । ଏନେଇ ପରିବାର ଲୋକେ କୌଣସି ଅଘଟଣ ଆଶଙ୍କା କରି ଦମକଳ କେନ୍ଦ୍ର ବାଲିଆପାଳ ଏବଂ ବାଲିଆପାଳ ପୋଲିସକୁ ଖବର ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ନିଖୋଜ ୪ ଜଣଙ୍କର କୌଣସି ସୂଚନା ମିଳିନାହିଁ ବୋଲି ଖବର ସାମ୍ନାକୁ ଆସିଛି ।