ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲାରେ ସୁରକ୍ଷା ମକ୍ ଡ୍ରିଲ୍ ସମୟରେ ଅବହେଳା ସାମ୍ନାକୁ ଆସିଛି । ଏଠାରେ ନକଲି ବୋମା ନପାଇବା ପାଇଁ ୭ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏହି ମକ୍ ଡ୍ରିଲ୍ କରାଯାଇଥିଲା। ଡ୍ରିଲରେ ଡମି ବୋମା ଧରାପଡ଼ି ନ ଥିବାରୁ ୭ ଜଣ ଦିଲ୍ଲୀ ପୋଲିସ କର୍ମଚାରୀ, ଯେଉଁଥିରେ କନଷ୍ଟେବଳ ଓ ହେଡ୍ କନଷ୍ଟେବଳ ଅନ୍ତର୍ଭୁକ୍ତ, ନିଲମ୍ବିତ ହୋଇଛନ୍ତି । ଗତ ଶନିବାର ସ୍ପେସାଲ ସେଲ୍ ଟିମ୍ ସାଧାରଣ ପୋଷାକରେ ଲାଲକିଲ୍ଲାରେ ଡମି ବୋମା ସହ ପ୍ରବେଶ କରିଥିଲେ, କିନ୍ତୁ ସୁରକ୍ଷାରେ ନିୟୋଜିତ ପୋଲିସ ଏହା ଚିହ୍ନଟ କରିପାରି ନଥିଲେ । ଏହି ଘଟଣା ସୁରକ୍ଷାରେ ଗୁରୁତର ତ୍ରୁଟି ସୂଚାଇଛି ।
ପ୍ରକୃତରେ, ସ୍ବାଧୀନତା ଦିବସ ପୂର୍ବରୁ ଲାଲକିଲ୍ଲାର ସୁରକ୍ଷା ବ୍ୟବସ୍ଥା ପରୀକ୍ଷା କରିବା ପାଇଁ ଏକ ମକ୍ ଡ୍ରିଲ୍ କରାଯାଇଥିଲା ଓ ଏହା ଅଧୀନରେ, ସ୍ପେଶାଲ୍ ସେଲ୍ ଟିମ୍ ଦ୍ବାରା ଡମି ଆତଙ୍କବାଦୀମାନଙ୍କୁ ପଠାଯାଇଥାଏ, ଯେଉଁମାନଙ୍କ ପାଖରେ ଡମି ବୋମା ଥାଏ ଓ ନକଲି ଆତଙ୍କବାଦୀମାନେ ମାନେ ଭିତରକୁ ପ୍ରବେଶ କରିଥିଲେ।
ଏହି ମକ୍ ଡ୍ରିଲ୍ ସମୟରେ, ଏକ ଟିମ୍ ବାହ୍ୟ ସୁରକ୍ଷା ପାଇଁ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ବୋକା ବନାଇ ଡମିକୁ ଭିତ ଭିତରକୁ ନେଇଯିବାରେ ସଫଳ ହୋଇଥିଲା ଓ ଏହି ଦଳ ଲାଲକିଲ୍ଲାର ପ୍ରବେଶ ସ୍ଥାନରେ ଡୋର ଫ୍ରେମ୍ ମେଟାଲ୍ ଡିଟେକ୍ଟରର ଦୁଇଟି ସ୍ତର ପାର କରିବାରେ ସଫଳ ହୋଇଥିଲା। ଏହା ପରେ, ସ୍ପେଶାଲ୍ ସେଲ୍ ସୁରକ୍ଷା ଏଜେନ୍ସି ଏବଂ ଉତ୍ତର ଜିଲ୍ଲା ଡିସିପିଙ୍କୁ ଏହାର ରିପୋର୍ଟ ଦାଖଲ କରିଥିଲା ଓ ଏହି ଭୁଲକୁ ଏକ ବଡ଼ ଅବହେଳା ଭାବରେ ବିଚାର କରି, ୭ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।