ବ୍ରହ୍ମପୁର : ଘରୁ ଡାକି ଆଣି ଯୁବକଙ୍କୁ ଗୁଳିମାଡ଼। ବ୍ରହ୍ମପୁରରେ ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗରରେ ଏହି ଗୁଳିକାଣ୍ଡ ଘଟିଛି। ତେବେ ଗୁଳିମାଡର ଶିକାର ହୋଇଥିବା ଯୁବକଙ୍କ ନାମ ଏସ୍ ରୁନା ଆଚାରୀ ବୋଲି ଜଣାପଡିଛି। ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୁତ୍ତ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ଏସ୍ ରୁନା ଆଚାରୀ ନିଜ ଘରେ ଥିବା ବେଳେ କିଛି ଦୁର୍ବୁତ୍ତ ତାଙ୍କୁ କୌଣସି କାମକୁ ନେଇ ଘରୁ ଡାକିଆଣିଥିଲେ। ଏହାପରେ ଶାସ୍ତ୍ରୀ ନଗରରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଦୁଇ ରାଉଣ୍ଡ ଗୁଳି ମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଦୁର୍ବୁତ୍ତ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆହତ ଯୁବକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଛି। ଖବରପାଇ ଗୁଳିକାଣ୍ଡ ସ୍ଥାନରେ ପୋଲିସ ପହଁଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।