ଭୁବନେଶ୍ୱର: ଖୁବ୍ଶୀଘ୍ର ହେବ ରାଜସ୍ୱ ଗାଁର ସୀମା ପରିବର୍ତ୍ତନ । ୧୬୩୫ଟି ନୂତନ ରାଜସ୍ୱ ଗାଁର ସୀମା ପରିବର୍ତ୍ତନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇ ସୂଚନା ଦିଆଯାଇଛି । ନକ୍ସା ପରିବର୍ତ୍ତନ ପାଇଁ ସର୍ଭେ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଆର୍ଡିସିଙ୍କୁ ଚିଠି ଦିଆଯାଇଛି । ଏଥିପାଇଁ ପ୍ରତି ତହସିଲରେ ଗୋଟିଏ ଲେଖାଏଁ ସ୍ଵତନ୍ତ୍ର ସେଲ ହେବ । ଯେମିତି ପୁରୁଣା ରାଜସ୍ୱ ଗାଁ ରେକର୍ଡ ନୂଆ ରାଜସ୍ୱ ଗାଁର ରେକର୍ଡ ସହିତ ନ ମିଶେ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଉକ୍ତ ଗାଁ ଗୁଡିକ ସ୍ୱତନ୍ତ୍ର ମାନ୍ୟତା ପାଇବ । ରାଜସ୍ବ ଗାଁ ହେଲା ପରେ ଏକ ସ୍ଵତନ୍ତ୍ର ମ୍ୟାପ୍ ହେବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟ, ଗତ ୧୯୯୧ ରୁ ୨୦୨୪ ମସିହା ପର୍ଯ୍ୟନ୍ତ ୩୪ ବର୍ଷ ଭିତରେ ମାତ୍ର ଏକ ହଜାର ଗାଁକୁ ରାଜସ୍ବ ଗାଁ ଭାବେ ଘୋଷିତ ହୋଇଥିଲା । ପୂର୍ବ ସରକାରରେ ୩୦୦ ଗାଁର ମ୍ୟାପ ପ୍ରସ୍ତୁତ ହୋଇଥିଲା । ଆଉ ୭୦୦ ଗାଁର ମ୍ୟାପ୍ ହୋଇପାରିନଥିଲା । ଏବେ ସରକାରରେ ପୂର୍ବ ସରକାରରେ ବାକି ଥିବା ଗାଁ ଏବଂ ନୂଆ ଗାଁକୁ ମିଶ୍ର ୧୬୩୫ଟି ନୂତନ ରାଜସ୍ୱ ଗାଁର ମ୍ୟାପ ପ୍ରସ୍ତୁତ ହେବ । ଭୂଲେଖରେ ମଧ୍ୟ ଗାଁର ନାମ ସ୍ଥାନ ପାଇବ । ଖାତା ନମ୍ବର ଓ ପ୍ଲଟ ନମ୍ବରରେ ମଧ୍ୟ ପରିବର୍ତ୍ତନ ହେବ । ମୂଳ ଗାଁରେ ଥିବା ଲୋକଙ୍କ ଖାତା ନମ୍ବର ଓ ପ୍ଲଟ ନମ୍ବର ମଧ୍ୟ ପରିବର୍ତ୍ତନ ହୋଇ ନୂଆ ହେବ । ୨୫୦ରୁ ଅଧିକ ଜନସଂଖ୍ୟା ଏବଂ ମୂଳ ରାଜସ୍ୱ ଗାଁକୁ ୫୦୦ ମିଟର ଦୂରତା ଥିବା ପଡ଼ା ଗାଁ ଗୁଡ଼ିକୁ କରାଯିବ ରାଜସ୍ୱ ଗ୍ରାମ ।