ଯାଜପୁର: ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ମେଡିକାଲ ସ୍ଥାନାନ୍ତର। ଏପରିକି ମେଡିକାଲ ପଠାଇବା ସମୟରେ ପରିବାର ଲୋକଙ୍କୁ ଜଣା ଯାଇନଥିବା ଅଭିଯୋଗ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରୁ। ତେଣୁ ଏହାକୁ ନେଇ ତତ୍ପରତା ଦେଖାଇଛନ୍ତି ଯାଜପୁର ଏସପି। ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ୩ ପୋଲିସ କର୍ମଚାରୀ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ଥାନାର ୩ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ସୂଚନା ମିଳିଛି।
ବୁଧବାର ଗୁରୁତର ଅବସ୍ଥାରେ ଏସ୍ସିବିରେ ଚିକିତ୍ସାଧୀନ ଅଭିଯୁକ୍ତଙ୍କୁ ଡିସ୍ଚାର୍ଜ କରାଯାଇଛି। ଡିସ୍ଚାର୍ଜ ହେବା ପରେ ତାଙ୍କୁ ଜାମିନରେ ପୋଲିସ ଘରକୁ ଛାଡ଼ିଛି। ଅଭିଯୁକ୍ତ ବିଷ ପିଇନଥିବା କଥାକୁ ପୋଲିସ ବାରମ୍ବାର ଦୋହରାଉଥିବା ବେଳେ ଡାକ୍ତରଖାନା ସୂତ୍ରରୁ କିନ୍ତୁ ଚାଞ୍ଚଲ୍ୟକର ସୂଚନା ମିଳିଛି। ଅଭିଯୁକ୍ତ ଏକ ରାସାୟନିକ ଔଷଧ ପିଇଦେଇଥିବା ଜଣାପଡ଼ିଛି। ଏହା ଅଧିକ ପିଇଥିଲେ ଜୀବନ ପ୍ରତି ବିପଦ ଥିଲା ବୋଲି ଡାକ୍ତର ସୂଚନା ଦେଇଥିଲେ। ତେବେ ମାତ୍ରା କମ୍ ଯୋଗୁଁ ରୋଗୀ ବଞ୍ଚିଗଲେ ବୋଲି ସେ କହିଛନ୍ତି।
ତେବେ ଥାନାରେ ନିର୍ଯାତନାର ଶିକାର ହୋଇଥିବା ଯୁକକ ରବୀନ୍ଦ୍ର ମଲିକ କହିଛନ୍ତି, ଥାନାରେ ତାଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ସହ ତାଙ୍କ ପାଖରେ ବିଷ ରଖଯାଇଥିଲା। ସେ ମାଡ଼ ଭୟରେ ବିଷ ପିଇ ଦେଇଥିଲେ। ଏହାପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ଏପରିକି ଏହି ଘଟଣା ବାବଦରେ ତାଙ୍କ ପରିବାର ଲୋକଙ୍କୁ କୌଣସି ଖବର ଦିଆଯାଇନଥିଲା।