ଅନୁଗୋଳ: ପୁଣି ଲଜ୍ୟା । ଆଉ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ଛେଣ୍ଡିପଦାର ଏକ ହସ୍ପିଟାଲରୁ କାମ ସାରି ଫେରିବାବେଳେ ମହିଳା ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ବାରମଞ୍ଚା ନିକଟରେ ୩ ଯୁବକ ଗଣଦୁଷ୍କର୍ମ କରିଥିବା ବାଗଡିଆ ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କଠାରୁ ଘଟଣାର ସମସ୍ତ ସତ୍ୟାସତ୍ୟ ଜାଣିବା ପାଇଁ ମଧ୍ୟ ସେମାନଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରୁଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।