ଭୁବନେଶ୍ବର: CBSE ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ। ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଅଚାନକ ଯାଞ୍ଚ, ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା ଆପଣାଯିବ। ବିଶେଷକରି ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ CBSE ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଥିରେ ହେରଫେର ହୋଇଥିବା ଜଣାପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଫିଲେଟେଡ୍ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ଏହି ପରାମର୍ଶ ଦିଆଯାଇଛି।
ପୂର୍ବରୁ ଅନେକ ସମୟରେ ଡମି ପରୀକ୍ଷାର୍ଥୀ ପିଲାଙ୍କ ପାଇଁ ପରୀକ୍ଷା ଦେଉଥିବା ଘଟଣା ଦେଖିବାକୁ ମିଳିଛି। ତେଣୁ ଏହାକୁ ରୋକିବାକୁ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତି ହୋଇଛି। ଅର୍ଥାତ୍ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ନହେଲେ ଏଥର ବୋର୍ଡ ପରୀକ୍ଷାରୁ ବଞ୍ଚିତ ହେବେ ଛାତ୍ରଛାତ୍ରୀ। ଏଥିପାଇଁ ଅଚାନକ ଯାଞ୍ଚ ମଧ୍ୟ କରାଯିବ। ଏଥିସହ ଅଭିଭାବକଙ୍କୁ ମଧ୍ୟ ଏନେଇ ଅବଗତ କରାଯିବ।