ଅନୁଗୁଳ: ରାତିରେ ସହର ଭିତରେ ହାତୀପଲ ଆତଙ୍କ ଖେଳାଉଛନ୍ତି । ଯାହାଫଳରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଅନୁଗୁଳ ସହର ହୁଲୁରିସିଙ୍ଗା ଗାଁ ଭିତରେ ଜଙ୍ଗଲୀ ହାତୀ ପଶି ଆସିଥିଲେ । ହାତୀ ଗୁଡ଼ିକ ନିକଟସ୍ଥ ମନ୍ଦରଗିରି ପାହାଡ଼ରୁ ଆସିଥିବା ବେଳେ ପୁଣି ଉକ୍ତ ପାହାଡ଼କୁ ଫେରି ଯାଇଛନ୍ତି । ହାତୀ ଭୟରେ ଲୋକମାନେ ରାତିସାରା ଅନିଦ୍ରା ହୋଇ ରହିଥିଲେ । ଏନେଇ ବନ ବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ ହାତୀ ପଲକୁ ଗାଁରୁ ଘଉଡାଇବାରେ ବିଫଳ ହୋଇଥିବାରୁ ସେମାନେ ସହର ମୁହାଁ ହୋଇଛନ୍ତି ।
ଜଙ୍ଗଲ ନଷ୍ଟ ହେବା କାରଣରୁ ହାତୀପଲ ଜଙ୍ଗଲ ଛାଡି ଗାଁ ଓ ସହରମୁହାଁ ହେଉଛନ୍ତି । ହାତୀପଲ ଗାଁ ଭିତରେ ପଶି ଲୋକଙ୍କ ଧନଜୀବନ ମଧ୍ୟ ନଷ୍ଟ କରୁଛନ୍ତି । ଲୋକଙ୍କ ଫସଲ ସମେତ ଘର ଓ ହାତୀ ଆକ୍ରମଣରେ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ମଧ୍ୟ ହେଉଛନ୍ତି ।