ସମ୍ବଲପୁର, ପୁଣି ଜଣେ ସରକାରୀ ଅଧିକରୀଙ୍କ ଘରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଛି । ସମ୍ବଲପୁରସ୍ଥିତ ଷ୍ଟେଟ୍ ଡ୍ରଗ୍ସ ଟେଷ୍ଟିଂ ଲାବୋଟୋରୀର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଦେବାଶିଷ ପଣ୍ଡାଙ୍କ ଏକକାଳୀନ ୭ଟି ଠିକଣାରେ ଚଢ଼ଉ କରାଯାଉଛି । ଭୁବନେଶ୍ୱର, ସମ୍ବଲପୁର ଏବଂ ଗଞ୍ଜାମରେ ଯାଞ୍ଚ କରାଯାଉଛି । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ବେହେରାସାହି ମେଟ୍ରୋ ସିଟିରେ ଥିବା ଫ୍ଲାଟ୍-୧୫ (ବ୍ଲକ୍-୫) ଏବଂ ଫ୍ଲାଟ୍-୧୧ଡି (ବ୍ଲକ୍-୨), ଏସପ୍ଲାନେଡରେ ଥିବା ଏକ ଦୋକାନ ଗୃହ ଏବଂ ବଳଭଦ୍ରପୁର ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଥିବା ପ୍ଲାଟ୍-୧୦୫ (ବ୍ଲକ୍-ଡି)ରେ ଚଢ଼ଉ ହେଉଛି । ସେହିପରି ସମ୍ବଲୁପରରେ ଥିବା ଗ୍ରେଟର୍ ସମ୍ବଲପୁରରେ ଥିବା ଭଡ଼ା ଘର ଓ କାର୍ୟ୍ୟାଳୟ ଏବଂ ବ୍ରହ୍ମପୁର ଚର୍ଚ୍ଚ ରୋଡରେ ଥିବା ପୈତୃକ ବାସଭବନରେ ଚଢ଼ଉ ହୋଇଛି ।
ଏଥିରେ ଭିଜିଲାନ୍ସ ବିଭାଗର ୪ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର, ୪ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।