ବୌଦ୍ଧ: ଆୟ ବହିର୍ଭୁତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ଜାଲରେ ଏମଭିଆଇ । MVI ଗୋଲାପ ଚନ୍ଦ୍ର ହାସଁଦାଙ୍କ ପୈତୃକ ଘର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ କରୁଛି।
ସୂଚନାଯୋଗ୍ୟ, ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ନିଜ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ରେ ଭିଜିଲାନ୍ସ ଗିରଫ କରିଛି। ବାରିପଦା ସ୍ଥିତ ୱାର୍ଡ ନମ୍ୱର୍ ୨୮ ପ୍ରଫୁଲ୍ଲନଗର, ଖୁଣ୍ଟା ସ୍ଥିତ ପୈତୃକ ଘର ସମେତ, ବୌଦ୍ଧ କାର୍ଯ୍ୟାଳୟ ଏବଂ ତିନୋଟି ସ୍ଥାନରେ ରେଡ ଚାଲିଛି। ଭିଜିଲାନ୍ସ ରେଡ ରେ ୪ ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।