ସମ୍ବଲପୁର : ହୀରାକୁଦ ଡ୍ୟାମ୍ରୁ ଗୋଟିଏ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଏହାକୁ ରବିବାର ସକାଳେ ବନ୍ଦ କରି ଦିଆଯାଇଛି । ଏବେ ଡ୍ୟାମ୍ର ସମସ୍ତ ଗେଟ୍ ବନ୍ଦ ହୋଇଯାଇଛି। ଜଳ ପରିଚାଳନା ପାଇଁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ମୁଖ୍ୟଯନ୍ତ୍ରୀ କହିଛନ୍ତି ।
ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ରବିବାର ଆଭ୍ୟନ୍ତରୀଣ ଓଡ଼ିଶା ସହ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତା ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବା ଆଶଙ୍କା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସେସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।