କେନ୍ଦ୍ର ସରକାର ତଥା ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସଫେଇ ଆପଣାନ୍ତୁ, ରୋଗ ହଟାନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଏକ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରଥ ୩୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ୱାଡ଼, ଗଳି ଓ ସାହିରେ ଲୋକଙ୍କୁ ସଚେତନତା କରାଇବ। ସ୍ୱଚ୍ଛ ସହର ,ସୁସ୍ଥ ନାଗରିକ ନିମନ୍ତେ ରାଜ୍ୟ ସରକାରଙ୍କ ଏହା ଏକ ପ୍ରୟାସ ଏବଂ ଆଗକୁ ବର୍ଷା ଋତୁ ଆସୁଥିବାରୁ ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସହରକୁ ପରିଷ୍କାର ରଖିଲେ ଡେଙ୍ଗୁ ,ମ୍ୟାଲେରିଆ ଭଳି ବିଭିନ୍ନ ରୋଗରୁ ବର୍ତ୍ତି ପାରିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ତେବେ ଏହି କାର୍ଯ୍ୟକ୍ରମରେ ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ପୋୖର ପରିଷଦ ଯନ୍ତ୍ରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିଥିଲେ।
ଅଧିକ ପଢନ୍ତୁ : ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ଜଳାଭିଷେକ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ