ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବାରାକରେ ଜଣେ କନଷ୍ଟେବଳଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ମୃତ କନଷ୍ଟେବଳ ହେଲେ ବିନିକା ଥାନାର ଦିଲ୍ଲୀପ ମିଶ୍ର । ସେ ଗତକାଲି ପାପକ୍ଷୟ ମହୋତ୍ସବରେ ନିଯୋଜିତ ହୋଇଥିଲେ । ରାତିରେ ଡ୍ୟୁଟି ସାରି ବାରାକରେ ଆସି ଶୋଇଥିଲେ । ତେବେ ଆଜି ସକାଳୁ ସେ ଉଠି ନ ଥିଲେ । ଏହା ପରେ ସାଥି କର୍ମଚାରୀମାନେ ଉପରସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ମାତ୍ର ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀପଙ୍କର କିପରି ମୃତ୍ୟୁ ହେଲା ସେ ନ ନେଇ କିଛି ସ୍ପଷ୍ଟ ହୋଇ ନ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।