ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆ-କା-ମା-ବୈରେ କମ୍ପୁଛି ପରିବେଶ । ତେବେ ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ପୁରୀ । ମଦୋଦଧିରେ ବୁଡ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଥିବାକୁ ବେଳାଭୂମିରେ ମଧ୍ୟ ଅସଂଖ୍ୟ ଲୋକଙ୍କ ଭିଡ ଜମିଛି । ତେବେ ଆଜି ସୁନେବେଶରେ ଦର୍ଶନ ଦେଉଛନ୍ତି ମହାବାହୁ । କାର୍ତ୍ତିକ ପୂର୍ଣ୍ଣିମାରେ ରାଜରେଜଶ୍ବର ବେଶରେ ମହାପ୍ରଉଭୁଙ୍କର ସୁନାଲାଗି କରାଯାଇଥାଏ । ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ୟ୍ୟଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଅସଂଖ୍ୟ ଭକ୍ତଙ୍କ ଗହଳି ଦେଖାଯାଇଛି ।
ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି । ସେଥିମଧ୍ୟରୁ ତେବେ କାର୍ତ୍ତିକ ମାସ ପୁର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ କରାଯାଇଥାଏ । ତେବେ ଭକ୍ତମାନେ ଶ୍ରାମନ୍ଦିରକୁ ଆସି ଦର୍ଶନ କରିବା ସହିତ ଭାବବିହ୍ବଳ ହେଉଥିବା ମଧ୍ୟ ଦେଖାଯାଇଛି । ହରିବୋଲ, ହୁଳହୁଳି ରେ କମ୍ପୁଛି ଗଗନ ପବନ । ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ସେହିପରି ପୁରୀରେ ମଧ୍ୟ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।