ମୁମ୍ବାଇ: ମହାରାଷ୍ଟ୍ରରେ ଦିନ ଥିଲା ୪ ରାଜନୈତିକ ପାର୍ଟି ଥିଲା । ହେଲେ ରାଜନୈତିକ ବାଧ୍ୟବାଧକତା ହେଉ କିମ୍ବା ପଦ ଲାଳସାରେ ଶିବସେନା ଓ ଏନସିପିରେ ବିଭାଜନ କାରଣରୁ ଏବେ ମଇଦାନରେ ୬ ରାଜନୈତିକ ପାର୍ଟି ରହିଛନ୍ତି । ତେବେ ପ୍ରଶ୍ନ ଉଠୁଛି କଣ ନିର୍ବାଚନ ପରେ ଏମିତି ଚିତ୍ର ଜାରି ରହିବ ନା କିଛି ପାର୍ଟି ଅଦଳବଦଳ କରି ପାରନ୍ତି । ଅଜିତ ପାୱାରଙ୍କ ପାର୍ଟି ଏହାର ସଙ୍କେତ ଦେଇଛନ୍ତି ଯେ, ପ୍ରକୃତ ଚିତ୍ର ନିର୍ବାଚନ ପରେ ସାମ୍ନାକୁ ଆସିବ । ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡଣବିସ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ନିର୍ବାଚନ ପରେ କିଛି ବି ହୋଇପାରେ । ସେ ଗୁରୁବାର କହିଛନ୍ତି, ବିଧାନସଭା ନିର୍ବାଚନ ବହୁତ ଅଜବ ରହିଛି । ନଭେମ୍ବ ର ୨୩ରେ ଫଳାଫଳ ଘୋଷଣା ପରେ ହିଁ ଚିତ୍ର ସ୍ପଷ୍ଟ ହେବ ଯେ, କେଉଁ ଗୋଷ୍ଠୀ କାହାର ସମର୍ଥନ କରିବେ ।
ଫଡଣବିସ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଶିବସେନା, ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଓ ବିଜେପି ମେଣ୍ଟ ମହାୟୁତିକୁ ବିରୋଧୀ ମେଣ୍ଟ ମହାବିକାଶ ଅଘାଡି ତୁଳନାରେ ଅଧିକ ଜନାଦେଶ ମିଳିବ । ସେ କହିଛନ୍ତି, ଏହି ନିର୍ବାଚନ ବହୁତ ବିଚିତ୍ର ହେବାକୁ ଯାଉଛି । ଫଳାଫଳ ପରେ ଜଣା ପଡିବ ଯେ, କେଉଁ ଦଳ କାହା ସହ ରହିଛନ୍ତି । ମହାୟୁତି ଭିତରେ ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳ ରହିଛି । ଏପରିକି ଏମଭିଏ ମଧ୍ୟରେ ସମାନ ସ୍ଥିତି ରହିଛି । ତେଣୁ ଏବେଠୁ କହିବା ମୁସ୍କିଲ ଯେ, କିଏ କାହା ସହ ରହିଛି ।
ବିଜେପି ନେତା ଦାବି କରିଛନ୍ତି ଯେ, ତାଙ୍କର ସହଯୋଗୀ ଅଶୋକ ଚହ୍ୱାଣ ଓ ପଙ୍କଜା ମୁଣ୍ଡେଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ କଟେଙ୍ଗେ ତୋ ବଟେଙ୍ଗର ମୂଳ ଅର୍ଥ ବୁଝାଇବାରେ ବିଫଳ ହୋଇଛୁ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଧାନସଭା ନିର୍ବାଚନ ପ୍ରଚାରରେ ଏହି ନାରା ବାରମ୍ବାର ଦେଇଥିଲେ । ଯାହାକୁ ବିରୋଧୀ ଦୃଢ ନିନ୍ଦା କରିଛନ୍ତି । ଏହି ନାରାରେ ସାଂପ୍ରଦାୟିକ ଭରି ରହିଛି । ଏପରିକି ଶାସକ ମହାୟୁତି ମଧ୍ୟ ଏହା ଉପରେ ଆପତ୍ତି ପ୍ରକାଶ କରିଛନ୍ତି ।