ନୂଆଦିଲ୍ଲୀ: ଭାରତରେ ଗୁରୁ ନାନକ ଦେବଙ୍କ ୫୫୫ତମ ଜୟନ୍ତୀ ଗୁରୁପୁରବ ଅବସରରେ ବଙ୍ଗଳା ସାହିବ ଗୁରୁଦ୍ୱାରକୁ ଆଲୋକିତ କରାଯାଇଛି। ଗୁରୁ ନାନକ ଦେବ ଜୀ ଗୁରୁପୂରବ, ଗୁରୁ ନାନକର ପ୍ରକାଶ ଉତ୍ସବ ଏବଂ ଗୁରୁ ନାନକ ଦେବ ଜୀ ଜୟନ୍ତୀ ଭାବରେ ମଧ୍ୟ ପରିଚିତ।
ପ୍ରଥମ ଶିଖ୍ ଗୁରୁ ଗୁରୁ ନାନକଙ୍କ ଜନ୍ମ ଉତ୍ସବ ପାଳନ କରୁଛି। ଅନ୍ୟତମ ପ୍ରସିଦ୍ଧ ଶିଖ୍ ଗୁରୁ ତଥା ଶିଖ୍ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କୁ ଶିଖ୍ ସମ୍ପ୍ରଦାୟ ଅତ୍ୟନ୍ତ ସମ୍ମାନ ଦିଅନ୍ତି।
କାର୍ତ୍ତିକ ମାସର ପୂର୍ଣ୍ଣିମା ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର ଅଟେ। ହିନ୍ଦୁ ଧର୍ମ ଅନୁସାରେ ଏହି ଦିନ ସ୍ନାନର ବହୁତ ମହତ୍ତ୍ୱ ରହିଛି ଏବଂ ସନ୍ଧ୍ୟାରେ ଦେବ ଦୀପାବଳି ପାଳନ କରାଯାଏ। ସେହିପରି ଶିଖ୍ ଧର୍ମାବଲମ୍ବୀଙ୍କ ପାଇଁ ମଧ୍ୟ ଏହି ଦିନ ବିଶେଷ କାରଣ ଏହି ଦିନ ଶିଖ୍ ମାନଙ୍କର ପ୍ରଥମ ଗୁରୁ ନାନକ ଦେବ ଜୀ ଜନ୍ମ ଗ୍ରହଣ କରିଥିଲେ ଏବଂ ଏହି କାରଣରୁ ପ୍ରତିବର୍ଷ ଏହି ଦିନ ଗୁରୁ ନାନକ ଜୟନ୍ତୀ ପାଳନ କରାଯାଏ। ଏହାକୁ ଗୁରୁପୂରବ ବା ଗୁରୁ ପ୍ରକାଶ ପର୍ବ ମଧ୍ୟ କୁହାଯାଏ।
ଏହି ଦିନ ଗୁରୁଦ୍ୱାର ଏବଂ ଘରଗୁଡ଼ିକୁ ଆଲୋକରେ ସଜ୍ଜିତ କରାଯାଏ। ଏଥିସହ ପ୍ରଭାତ ଫେରୀକୁ ବାହାର କରି ଦିନସାରା ଭଜନ-କୀର୍ତ୍ତନ ସହ ଲଙ୍ଗର ର ଆୟୋଜନ କରାଯାଏ।
ଗୁରୁ ନାନକ ଦେବ ମଧ୍ୟ ନାନକ ଦେବ, ବାବା ନାନକ ଏବଂ ନାନକଶାହ ଭଳି ନାମରେ ମଧ୍ୟ ପରିଚିତ। ଶିଖମାନଙ୍କର ପ୍ରଥମ ଗୁରୁ ହେବା ବ୍ୟତୀତ ସେ ଜଣେ ଧାର୍ମିକ ସଂସ୍କାରକ, ସମାଜ ସଂସ୍କାରକ, କବି, ଦେଶପ୍ରେମୀ, ଦାର୍ଶନିକ, ଯୋଗୀ ମଧ୍ୟ ଥିଲେ। ସମାଜକୁ ଏକତାରେ ବାନ୍ଧି ରଖିବାର ବାର୍ତ୍ତା ସେ ସର୍ବଦା ଦେଉଥିଲେ। ଏଥିସହିତ ଜାତିକୁ ଦୂର କରିବା ଓ ଭେଦଭାବ ଦୂର କରିବା ଏବଂ ସମାଜରେ ପାରସ୍ପରିକ ଭାଇଚାରା ବଢ଼ାଇବା ପାଇଁ ସେ ଅନେକ ଉପଦେଶ ମଧ୍ୟ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଆଜି ବିହାର ଗସ୍ତରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ