ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବର୍ତ୍ତମାନ ବାୟୁ ପ୍ରଦୂଷଣର ଆସ୍ତରଣରେ ଅସ୍ତବ୍ୟସ୍ତ ହୋଇଉଠିଛି। ଦିଲ୍ଲୀ, ପଞ୍ଜାବ ସହିତ ଉତ୍ତର ଭାରତ ଧୂମମୟ ହୋଇପଡିଛି। ଧୁମ ମିଶ୍ରିତ କୁହୁଡିର ଏକ ବହଳ ଅସ୍ତରଣରେ ରାଜ୍ୟ ରାଜଧାନୀ ଲୁଚିଯାଇଛି। ଯାହାଦ୍ୱାରା ଦୃଶ୍ୟମାନ କ୍ଷମତା ହ୍ରାସ ପାଇଛି। ଯାହା ଫଳରେ ଦିଲ୍ଲୀ ଏୟାରପୋର୍ଟରୁ ଉଡାଣ ଭରିବାକୁ ଥିବା ୩୦୦ ରୁ ଉର୍ଧ୍ଵ ବିମାନ ବିଳମ୍ବିତ ହୋଇଛି। ମଧ୍ୟ ରାତ୍ର ୧୨ ଟାରୁ ଦିଲ୍ଲୀକୁ ଆସୁଥିବା ୧୧୫ଟି ବିମାନ ଓ ଦିଲ୍ଲୀରୁ ଯାଉଥିବା ୨୨୬ ଟି ବିମାନର ଉଡାଣ ସମୟ ବିଳମ୍ବିତ କରାଯାଇଛି।
ଏହି ଦୃଶ୍ୟମାନ କ୍ଷମତା ହ୍ରାସ ଯୋଗୁଁ ବିମାନ ଉଡାଣ ବିଳମ୍ବ ହେଉଥିବା ନେଇ ଦିଲ୍ଲୀ ଏୟାରପୋର୍ଟ ଓ ଇଣ୍ଡିଗୋ ଏୟାରଲାଇନ୍ସ ସାମାଜିକ ଗଣମାଧ୍ୟମ X ମାଧ୍ୟମରେ ସୂଚିତ କରିଥିଲେ। ଘନ କୁହୁଡି ପାଇଁ ବିମାନ ଉଡାଣ ବିଳମ୍ବ ହେଉଥିବା ଓ ଯାତ୍ରୀ ମାନଙ୍କୁ ବିମାନ ଉଡାଣ ସମୟ ବିଷୟରେ ଅବଗତ ରହିବାକୁ ପରାମର୍ଶ ଦେଇଥିଲେ।
ବୁଧବାର ରାଜଧାନୀ ଦିଲ୍ଲୀରେ ଏଆର କ୍ୱାଲିଟି ଇଣ୍ଡେକ୍ସରେ ତୀବ୍ର ପରିବର୍ତନ ଘଟି ଏକ୍ଯୁଆଇ ୪୫୨ ରେ ପହଞ୍ଚିଥିଲା।